ସନେଟ୍ - ପାପ - ଅଧ୍ୟାପକ ଶରତ କୁମାର ଦାସ

0

ପାପ ଏକ ବିକାରଗ୍ରସ୍ତ ମନର ଉଦ୍ଭଟ ଚିନ୍ତନ
ପାପ ଏକ ଅସହିଷ୍ଣୁ ହୃଦୟର ଅସ୍ଥିର କମ୍ପନ ।।
ପାପ ଏକ ଅସଂଜତ କ୍ରୋଧିତ ଆତ୍ମାର କୁସପନ
ପାପ ଏକ ଅଚେତନ ମନର ବିକଳାଙ୍ଗ ଘୂର୍ଣ୍ଣନ ।।

ପାପ ଏକ ଅପ୍ରତ୍ୟୟ ଆତ୍ମାର ଅଶାଳୀନ କ୍ରନ୍ଦନ
ପାପ ଏକ ବେଦରଦି ଜୀବନର ଅସ୍ପଷ୍ଟ ସ୍ପନ୍ଦନ ।।
ପାପ ଏକ କାମସିକ୍ତ ହୃଦୟର କରୁଣ ଦହନ
ପାପ ଏକ ପ୍ରତାରଣା,ସ୍ଖଳିତ ମନର କୁଚିତ୍ରଣ ।।

ପାପ ଏକ ଅବୌଦ୍ଧିକ ଚେତନାର ନିଷ୍ଠୁର ସନ୍ଦେଶ
ପାପ ଏକ ପ୍ରକମ୍ପିତ ତାଣ୍ଡବର ନୀରବ ପ୍ରକାଶ ।।
ପାପ ଏକ କୁସ୍ଚିତ ମାନସିକତାର କ୍ରୁର ନିର୍ଦ୍ଦେଶ
ପାପ ଏକ ଘୃଣ୍ୟ ଅଆତ୍ମୀୟତାର ସ୍ପର୍ଦ୍ଧିତ ପ୍ରବେଶ ।।

ପାପ ଏକ ଅମାରାତି ଅପହଂଚ କାମନାର ଦିଗ
ପାପ ଏକ ଅପରାଧ ତୀବ୍ର ଜ୍ବଳନ ରୁକ୍ଷ ଆବେଗ।।


ଶରତ କୁମାର ଦାସ, ବଡବିଲ ମହାବିଦ୍ୟାଳୟ, ବଡବିଲ

Post a Comment

0Comments
Post a Comment (0)