Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

କ୍ଷୁଦ୍ରଗଳ୍ପ - ବଦମାସ - ପରମିତା ମିଶ୍ର

ନୂଆ ନୂଆ ସ୍କୁଲ ଜଇନ କରିଥିଲି । ରାଣୀ ଗାଁ କନଭେଣ୍ଟ ସ୍କୁଲ ର ସପ୍ତମ ଶ୍ରେଣୀର ସେକ୍ସନ୍ "ଇ" ପିଲାମାନଙ୍କୁ ପଢାଇବାର ଥିଲା । ନୁଆଁ ନୁଆଁ ତ ମନରେ ବହୁତ୍ ଡର ଥିଲା କେମିତି ହେବ କଣ, ପିଲାମାନେ ମତେ ପସନ୍ଦ କରିବେ ତ ମୁଁ ଭଲ ରେ ପଢାଇ ତ ପାରିବି ଏମିତି ସବୁ ପ୍ରଶ୍ନ । ଗୁପ୍ତା ସାର ସାୟରି ଅନ୍ଦାଜ୍ ରେ କହିଲେ, ଏତେ ସହଜ ନୂହେଁ ମାଡାମ୍ ୟେ ଆଗ କା ଦରିଆ ହୈ, ଅର ଆପକୋ ଡୁବ୍ କେ ଜାନା ହୈ । ସେକ୍ସନ୍ ଇ ର ପିଲା କୁ ପଢାଇବା କାଠିକର ପାଠ । ଏଡେ ବଦମାସ୍ ଗୁଡା ସେସବୁ ଆଉ ସେ ରାଜା ତା ଠୁ ଦୁରେଇ ରହିବେ ମାଡାମ ହଉ ବେଷ୍ଟ ଅଫ ଲକ୍ । ମୁଁ ଆହୁରି ଡରିଗଲି । ଫିଲ୍ମ ରେ ଦେଖିଥିଲି ପିଲାମାନଙ୍କ ଦୁଷ୍ଟାମି। ତେଣୁ ମୁଁ ସତର୍କ ରହିଲି । ପ୍ରଥମ ଦିନ କେବଳ ମୁଁ ମୋ ବିଷୟରେ କହିଲି, କିନ୍ତୁ ସେମାନେ କେହି ମତେ ଠିକ୍ ରେ ଧ୍ୟାନ ଦେଲେନି । ନା ମୋ କଥା ଶୁଣୁଥିଲେ । ମତେ ବହୁତ୍ ଖରାପ ଲାଗୁଥିଲା, ଗୁପ୍ତା ସାର୍ ଙ୍କ କଥା ମନରେ ଘର କରି ଯାଇଥିଲା, ଯେ ଏ ପିଲାଗୁଡାକ ସତରେ ଭାରି ଖରାପ । ମୁଁ ନିଷ୍ପତ୍ତି ନେଲି ଯେ ମୁଁ ମୋର ପାଠ ସାରିବି ବାସ୍ । ତାପର ଠୁ ମୁଁ କ୍ଲାସ କୁ ଗଲି ଆଉ ଚେୟାର ରେ ନ ବସି ଜେତେ ଶିଘ୍ର ହେବ ପାଠ ସାରି ସେଠୁ ବାହାରି ଆସେ । ମତେ ଏସବୁ ଭଲ ଲାଗୁ ନଥିଲା ଏମିତି କଣ ପଢାଯାଏ ! ଦୁଇ ଦିନ ପରେ ମୁଁ ପୁଣି ମୋ ନିଜ ଶୈଳୀ କୁ ଆସିବାକୁ ଚେଷ୍ଟା କଲି । ଟିକେ ବୁଝିବାକୁ ଚେଷ୍ଟା କଲି କଣ ଅସୁବିଧା ଥିଲା ପିଲାଙ୍କର । ଏଯାଏଁ ତ ସେମାନେ ମୋ ସହ ସେମିତି କିଛି ଅଭଦ୍ରାମି କରି ନାହାଁନ୍ତି । ତେଣୁ ମୁଁ ବି ନିଷ୍ପତ୍ତି ନେଲି ଯେ ମୁଁ ଏଥର ନିଜ କର୍ତ୍ତବ୍ୟ କୁ ଠିକ୍ ରେ ପାଳିବି । ସେଦିନ କ୍ଲାସରେ ମୁଁ ସେମାନଙ୍କୁ ଭଲ ପିଲା ବିଷୟରେ କିଛି କହୁଥିଲି ଜଣେ ପିଲା ଠିଆ ହୋଇ କହିଲା ମାଡାମ ଆମେ ସବୁ ଖରାପ ପିଲା ଆପଣ ଯେତେ କଲେ ଆମେ ଭଲ ହେବୁନି ଆଉ ଜୋରରେ ଚିତ୍କାର ଆରମ୍ଭ କରିଦେଲେ । ମତେ ଅବାକ୍ ଲାଗିଲା ଶୁଣି କି, ସେମାନେ ଗ୍ରହଣ କରିନେଇଛନ୍ତି ସେମାନେ ଖରାପ, ବେକାର ଆଉ କୋଉ କାର୍ଯ୍ୟ ର ନୁହନ୍ତି ।

ସେଦିନ ରାତି ସାରା ନିଦ ହେଲାନି, ସାଇକୋଲଜିର ସବୁ ବହି କୁ ଲେଉଟାଇବା ଆରମ୍ଭ କଲି । କୋଉଠି କିଛି ଲେଖାଥିବ ! କଣ କରିବି ମୁଁ କିଛି ଚିନ୍ତା କରିପାରୁ ନଥିଲି ଏମାନଙ୍କ ପାଇଁ କି, ସେଦିନ କିଛି ଏମିତି ହେଲା ଯାହା ମୋ ମନ କୁ ଦୋହଲାଇ ଦେଲା । ସେହି ଭାରି ମନରେ ମୁଁ ସେଦିନ ସ୍କୁଲ ରେ ପହଞ୍ଚି ହିଁ ଥିଲି କି କେହି ବି ପିଲା ଆସି ନଥିଲେ । ମୁଁ ଅପେକ୍ଷା କରିଥିଲି । ବହୁତ ସମୟ ପରେ ମୁଁ ଜିବାକୁ ଉଦ୍ଯତ ହେଉଥିଲି ସେମାନେ ଆସିଲେ କିନ୍ତୁ ମୁଁ କାବା ହୋଇଗଲି ସେମାନଙ୍କ ଏ ଅବତାର ଦେଖି । କ୍ଲାସ ରେ 15 ଜଣ ପିଲା କାଲି ଯାଏଁ ତ ସମସ୍ତେ ଠିକ୍ ଥିଲେ କିନ୍ତୁ ଆଜି କାହା ମୁଣ୍ଡରେ ବି ଚୁଟି ନଥିଲା । ମୁଁ ଛାନିଆଁ ହୋଇ ଚେୟାର ଉପରେ ବସିଗଲି । ଏମାନେ ସତରେ ମତେ ହଇରାଣ କରିବା ପାଇଁ ଏମିତି କରିଛନ୍ତି ବୋଲି ମୁଁ ବିଶ୍ବାସ କରିପାରୁ ନଥିଲି । କିନ୍ତୁ ସ୍କୁଲ ର ନିୟମ ଉଲଙ୍ଘନ କରିଥିବାରୁ ପ୍ରିନ୍ସିପାଲ ମାଡାମ୍ ସେମାନଙ୍କୁ ଶାସ୍ତି ଦେବାକୁ କହିଲେ । ଆଉ ସମସ୍ତଙ୍କୁ ବାହାରେ ଠିଆ କରାଇବାକୁ କୁହାଗଲା କିନ୍ତୁ ମୁଁ ଲକ୍ଷ୍ୟ କଲି କାହା ମୁହଁ ରେ ଟିକେ ବି ଗ୍ଲାନି ବୋଧ ନାହିଁ ବରଂ ହାତରେ ହାତ ବାଡେଇ ସେମାନେ ମଜା କରୁଥିଲେ । ପିଅନ ମଉସା ମୋ ପାଖକୁ ଆସି କହିଲେ ମାଡାମ୍ ବୁଝିବାକୁ ଚେଷ୍ଟା କରନ୍ତୁ ଉପରକୁ ଜାହା ଦେଖା ଯାଉଛି କଥା ଟା ଠିକ୍ ସେଇଆ ନୁହେଁ ।

କିଛି ନିଷ୍ପତ୍ତି ନେଇ ପାରୁ ନଥିଲି ମାଡାମ ମତେ କହିଲେ ମୁଁ ଚାହିଁଲେ କାଲିଠୁ ଅନ୍ଯ କ୍ଲାସ ନେଇ ପାରିବି । ଘରକୁ ଫେରିଲି।ବହୁତ ଗ୍ଲାନି ହେଉଥିଲା ମୋ ପିଲା ଗୁଡା ଦଣ୍ଡ ପାଇଲେ । ତେଣୁ ମୁଁ ସଂନ୍ଧ୍ଯା ରେ ବୁଲିବାକୁ ଯାଇଥିଲି । ଗାର୍ଡେନରେ ରିତା ମାଡାମ ଥିଲେ । ତାଙ୍କ ସହ ଗପୁ ଗପୁ ମୋର ନଜର ପଡିଲା ସେଠି ଖେଳୁଥିବା ଝିଅ ଟି ଆଉ ତା ମୁଣ୍ଡ ଉପରେ । ମୁଣ୍ଡ ରେ ମାତ୍ର ଗଣି ଗଣି ଦୁଇ ଚାରି ଟା ଚୁଟି । ରିତା ମାଡାମ୍ ପରିଚୟ କରାଇ ଦେଲେ ତାଙ୍କ ଝିଅ ସେ ରୁଚି, ଆଉ କହିଲେ ତାକୁ କ୍ଯାନସର ଆଉ ଚୁଟି ଗୁଡା ଝଡି ଗଲା ପରେ ସ୍କୁଲରେ ପିଲା ମାନେ ଚିଡାଇ ଦିଅନ୍ତି ତେଣୁ ସ୍କୁଲ କମ୍ ଯାଏ । ତେଣୁ ମୁଁ ତାକୁ ଦେଖିନି । ରୁଚି କଥା ଶୁଣି ମୋ ମନ ଏକଦମ୍ ଭାରି ହୋଇ ଗଲା ।
ଏତେ ଛୋଟିଆ ଝିଅଟା ଆଉ ଏଡେ ବଡ ଦୁଃଖ । କିନ୍ତୁ ତା ସହ କଥା ହେଲା ପରେ ମୋ ଆଖି ଉଜ୍ଜ୍ବଳ ହୋଇ ଉଠିଲା, ସେ ଛୋଟ ଝିଅ ଟି ମତେ ଜୀବନ ର ବହୁତ୍ ବଡ ଶିକ୍ଷା ଦେଇ ଗଲା: ମୁଁ ଜାଣି ଗଲି ମୋ କ୍ଲାସ ର ପିଲାମାନେ କାହିଁକି ନିଜର ଚୁଟି ସବୁ କାଟିଥିଲେ ମୁଁ ରାତି ସାରା ଚିନ୍ତା କଲି ଆଉ ମୁଁ ରାସ୍ତା ପାଇଲି ଯେ ମୋ ପିଲା ମାନଙ୍କ ମନରେ ଜାଗା କରିବା ମତେ କଣ କରିବାକୁ ପଡିବ । ସତ କହୁଛି ଜମା ସାହସ ହେଉ ନଥିଲା କିନ୍ତୁ ମୁଁ ବି ମୋର ସବୁ ତକ ଚୁଟି କାଟିଦେଲି । ପରଦିନ କ୍ଲାସରେ ମୁଁ ଟିକେ ଡେରି ରେ ପହଞ୍ଚିଲି ସ୍କୁଲ ରେ ସମସ୍ତେ ଚିଡିଆଖାନା ର ଜନ୍ତୁ ପରି ମତେ ଦେଖୁଥିଲେ କିନ୍ତୁ ମତେ ଦେଖି ମୋ କ୍ଲାସର ପିଲାମାନେ ବହୁତ ଖୁସି ହୋଇଗଲେ ସେହିଦିନ । ପିଲା ହେଲେ କଣ ହେଲା ସେମାନେ ମୋ ମନ କଥା ବୁଝି ପାରିଥିଲେ ଆଉ ମୋ ଚାରି ପଟେ ବେଢି ହୋଇ ଠିଆ ହୋଇ ଗଲେ । ସେଦିନ ରୁଚି ବି ସ୍କୁଲ ଆସିଥିଲା ମତେ ଧିରେ କି କହିଲା ମାମ ମୁଁ ଏଥର ନିତି ସ୍କୁଲ ଆସିବି । ରିତା ମାଡାମ୍ କାନ୍ଦ କାନ୍ଦ ହୋଇ କହିଲେ ବଢିଆ ହେୟାରକଟ୍ ମୁଁ ବି ତୁମ ପରି ଚୁଟି କଟାଇବି । ଧନ୍ୟବାଦ୍ ।

ଅସଲରେ ମୋ କ୍ଲାସର ରାଜା ଆଉ ରିଚା ପରସ୍ପର ର ବହୁତ୍ ଭଲ ବନ୍ଧୁ । ରିଚା ଚୁଟି ପାଇଁ ସ୍କୁଲ ଆସେ ନି ଜାଣି ରାଜା ବି ତାର ସବୁ ଚୁଟି କାଟି ଦେଇଥିଲା । ଆଉ ତାକୁ ଉତ୍ସାହିତ କରିବାକୁ ଯାଇ ତଥାକଥିତ ମୋ କ୍ଲାସର ସବୁ ଖରାପ ପିଲା ମାନେ ମଧ୍ୟ ନିଜର ସବୁ ଚୁଟି କାଟି ପକେଇଲେ । ଆଉ ଏତେ ବଡ କାମ କଲା ପରେ ବି ସେମାନେ କାହାକୁ ଜଣାଇ ବି ନଥିଲେ । ସେଦିନ ସନ୍ଧ୍ୟାରେ ରିଚା ମତେ କହିଥିଲା ତା ସାଙ୍ଗ ରାଜା କେମିତି ତା ପାଇଁ ତାର ସବୁ ପାଠ ଘରେ ଆସି ତାକୁ ପଢାଏ ଆଉ ଏଇ ଚୁଟି କଥା । କେତେ ବଡ ସତେ ସେମାନଙ୍କ ହୃଦୟ ଆଉ ସେଥିରେ ଏବେ ମତେ ବି ଜାଗା ଟିଏ ଦେଇଦେଲେ । ପ୍ରିନ୍ସିପାଲ ମାଡାମ ଅସଲ କଥା ଜାଣିଲା ପରେ ମୋ ପିଲାମାନଙ୍କ ଉପରେ ବହୁତ ଖୁସି ହେଲେ । ଆଉ ସେମାନଙ୍କୁ ସ୍କୁଲ ତରଫରୁ ସମ୍ମାନିତ କରାଗଲା ।

ମୁଁ ଜାଣିନି ମୁଁ କେତେ ଦୂର ଠିକ୍ କରିଛି, କିନ୍ତୁ ମୋର ତଥାକଥିତ ସ୍କୁଲର ସବୁଠୁ ଖରାପ ପିଲା ମାନେ ଆଜି ସମସ୍ତଙ୍କ ପାଇଁ ଉଦାହରଣ ତଥା ପ୍ରେରଣା ର ଉତ୍ସ ବନି ଜଣାଇଥିଲେ ।

Post a Comment

0 Comments