ଅନାମିକାର ଆଖି - ବଳବନ୍ତ ସାହୁ

0
ଆୟୁଷଯାକର ତୃଷ୍ନାକୁ
ଆଞ୍ଜୁଳାଏ ଜୀବନ
ତଥାପି କଣ ?
ଜୀବନ ଜୀବନ ହେଇକି ଅଛି !
ଯେବେଠୁ ଏଇ ହୃଦୟ ଛନ୍ଦିହୋଇଯାଇଛି
ଅନାମିକାର ଆଖି ହଳକରେ..।

ତା ଆଖିରେ ମୋ ଲଗାମ୍
ସେ ଆଖି ନଚେଇଲେ ନାଚୁଛି
ଇସାରା କଲେ ବୁଝୁଛି
ଯେବେଠୁ ତା ଆଖିଡୋଳାର ପୃଥିବୀରେ
ଦେଖିନେଇଛି ନିଜ ଆଖିର ପ୍ରେମିକପଣକୁ ।

ସେଦିନଠୁ ତମାମ୍ ଦୁର୍ବଳତାକୁ ବେଖାତିର କରି
ଭାବନା ଆଉ ଆଖିପଲଙ୍କରେ
ଆମନ୍ତ୍ରଣ କରୁଛି ସେ ଅନାମିକାକୁ..
ତା ପ୍ରେମମିଶା ହସକୁ..
ଆଉ ସେ ବେଦରଦୀ ଆଖି ହଳକକୁ...।

ତା' ପରେ ପରେ..
ହଜିଯାଉଛି ଗୋଟେ ଅଜଣା ଦୁନିଆରେ
ଯେଉଁ ଦୁନିଆରେ ଦରକାର ପଡୁନି
ନିଶ୍ୱାସ, ବିଶ୍ୱାସ ତଥା ଯାବତୀୟ ଖାଦ୍ୟପେୟ
ଆଉ ରଙ୍ଗୀନ ଭେଶଭୁଷାକୁ,
ସବୁ କିଛି ପୂରଣ କରିଦେଉଛି
ଅନାମିକାର ସେ ଆଖି ହଲକ ।


ବଳବନ୍ତ ସାହୁ (ବବଲୁ)
ଭୂଷଲାର୍ଡ଼, ସିନ୍ଧେକେଲା, ବଲାଙ୍ଗୀର, ମୋ- 9078105234

Post a Comment

0Comments
Post a Comment (0)