OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ସନେଟ୍ - ପ୍ରିୟା ତୁମେ - ଅଧ୍ୟାପକ ଶରତ କୁମାର ଦାସ

ସନେଟ୍ - ପ୍ରିୟା ତୁମେ - ଅଧ୍ୟାପକ ଶରତ କୁମାର ଦାସ


ପ୍ରିୟା ତୁମେ କେବେ ମୁଗ୍ଧ ମଳୟର ମଧୁର ମୂର୍ଚ୍ଛନା ଧାରା
କେତେବେଳେ ତୁମେ କଳକଳନଦୀ କେବେ ପାହାନ୍ତିଆ ତାରା ।
ପ୍ରିୟା ତୁମେ କେବେ ତମିସ୍ରା ବଳୟେ ଚମକ ଚପଳା ହୀରା
କେତେବେଳେତୁମେ ଜହ୍ନର ଜୋଛନା କେବେ ମାଣିକ୍ୟର ହାରା

ପ୍ରିୟା ତୁମେ କେବେ ଫଗୁଣର ଫଗୁ ରାଗର ମଧୁ ରାଗିଣୀ
କେତେବେଳେ ତୁମେ ମେଘର ମହ୍ଲାର ଚାନ୍ଦର ରୂପା ଚାନ୍ଦିନୀ ।
ପ୍ରିୟା ତୁମେ କେବେ ବରଷା ର ସ୍ବର ଭିଜା ଭିଜା ମାଦକତା
କେତେବେଳେ ତୁମେ ଘନ କାଦମ୍ବିନୀ ନେତ୍ର ଦ୍ବୟ ସ୍ବପ୍ନସିକ୍ତା ।

ପ୍ରିୟା ତୁମେ କେବେ ମ୍ଳାନ ଗୋଧୂଳିର ଅଳସୀ ଶୀତୁଆ ସଂଧ୍ୟା
କେତେବେଳେତୁମେ ଝରାଶେଫାଳୀତ କେବେତ ରଜନୀଗଂଧା।
ପ୍ରିୟା ତୁମେ କେବେ ଦୁଃଖର ବାଦାଲ ଝରଝର ବିନ୍ଦୁ ଧାରା
କେତେବେଳେ ତୁମେ ଗୋଲାପର ବାସ୍ନା ମହମହ ବାସ ଭରା ।

ପ୍ରିୟା ତୁମେ କେବେ ଦୂର ଶାଳବଣ ଅନନ୍ତ ସବୁଜ ଶୋଭା
କେତେବେଳେ ତୁମେ ମରୁରେ ଉଦ୍ୟାନ କେବେ ପ୍ରୀତିକୁଞ ଆଭା


ଶରତ କୁମାର ଦାସ,
ବଡବିଲ ମହାବିଦ୍ୟାଳୟ, ବଡବିଲ, କେନ୍ଦୁଝର -୭୫୮୦୩୫

0 Comments