Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରେମ ପାଇଁ ଫୁଲ ଟିଏ - ସଦାନନ୍ଦ ସାହୁ

ପ୍ରେମ ଜୀବନର ସୁଖର ସମ୍ପଦ
ସାଇତି ରଖିବ ପ୍ରିୟା ;
ପ୍ରେମର ପ୍ରତୀକ ରକ୍ତ ର ଗୋଲାପ
ସୃଷ୍ଟି କରେ ପ୍ରତିକ୍ରିୟା !!
ମନଭାବନାରେ ପ୍ରେମ ପରଶ ରେ
ସାଉଁଟିବ ପ୍ରେମ ସ୍ମୃତି ;;
ସାଇତି ରଖିବ ସବୁ ସଜ ଫୁଲ
ବଢିବ ପ୍ରେମର ଖ୍ୟାତି !!!
ପ୍ରେମ ମନ୍ଦିର ରେ ଶୁଭ ସଞ୍ଜ ବେଳେ
ଜାଳି ଦେବ ଅର୍ଘ୍ୟ ବତୀ ;
ପ୍ରେମ ପୂଜାରିଣୀ ମନ ନଵ କିଣି
ଅଭୁଲା ରହିବ ସ୍ମୃତି !
ପୁନେଇ ରାତିରେ ଜୋଛନା ପ୍ରୀତିରେ
ଦେଖିବ ସପନ ବେଶି ;;
ତାରା ଫୁଲ ଦେଖି ପରଖିବ ପ୍ରୀତି
ମନେ ମନ ଦେବ ହସି !!
ସୁହାଗ ସିନ୍ଦୁର ପ୍ରୀତି ର ସ୍ୱାକ୍ଷର
ସିନ୍ଥି ରେ ନାଇବ ପ୍ରିୟା ;;
ପ୍ରେମହିଁ ସର୍ବସ୍ୱ ଜୀବନ ଆଦର୍ଶ
ତୁମେ ହେବ ବନ୍ଦନୀୟା !!
ପ୍ରେମ ପାଇଁ ଫୁଲ ମୂଲତା' ଅମୂଲ
ପାଖୁଡ଼ା ରେ ସ୍ୱପ୍ନ ଅଶ୍ରୁ ;;
ଅତି ଯତନ ରେ ଫୁଲ ଚାଙ୍ଗୁଡ଼ି ରେ
ମହ ମହ ଖାଲି ବାସୁ !!!
ହାତରେ ମେହେନ୍ଦି ନାଇ ଦେବ ହସି
କରିବନି ଅଭିମାନ ;;
ପ୍ରେମର ମିଳନ କରେ ଆକଳନ
ଫଗୁଣ ର ଶୁଭ ଦିନ !!!!
ପ୍ରେମ ଫୁଲ ଟିଏ ମନ ମୋହି ନିଏ
ତୁମ ପାଇଁ ସମର୍ପଣ ;;
ବଧୂବେଶ ତୁମ ଲାଗିବ ସୁନ୍ଦର
ତୁମେ ମୋ ସପନ ଜାଣ !!
ପ୍ରେମ ଋଣ କିଛି ରଖିବନି ବାକି
ତୁମକୁ ରହିଲା ରାଣ ;
ମୁଁ ତୁମ ପ୍ରେମର ଅଲିଭା ସ୍ୱାକ୍ଷର
ସୁଝି ଦେବି ପ୍ରିୟା ଋଣ !!


ସଦାନନ୍ଦ ସାହୁ,
କାରା କର୍ମଚାରି, କେନ୍ଦ୍ରୀୟ କାରାଗାର, ଚୌଦ୍ୱାର, କଟକ

Post a Comment

0 Comments