ବରଷକେ ଥରେ ଆସିଛି ଧରାରେ
ନବାନ୍ନ ଭକ୍ଷଣ ଯୋଗ
ଗୃହ ଇଷ୍ଟଦେବୀ ଲକ୍ଷ୍ମୀ ଠାକୁରାଣୀ
ଲଗାଇବା ନୂଆ ଭୋଗ।୦।
ମାତା ବସୁମତୀ ଆଶୀର୍ବାଦ କରି
କ୍ଷେତରେ ଫଳାଏ ସୁନା
ତାଙ୍କରି ପୟରେ ପ୍ରଣତି ଢାଳରେ
ଉଡୁଥାଉ ଜୟ ବାନା
ଅନାହାରେ କେହି ନ ରହନ୍ତୁ ଭାଇ
ନ ପଡୁ ଅଭାବ ଯୋଗ।୧।
ପିତା ମାତା ଗୁରୁ- ଜନ ପାଦ ତଳେ
ନୂଆଖାଇର ଜୁହାର
ରାଗଋଷା ମାନ ଅଭିମାନ ତେଜି
କରିନିଅ ଆପଣାର
ହଟିଯାଉ ମନୁ ଉଚ୍ଚ ନୀଚ୍ଚ ଭାବ
ଜାତି ଅଜାତିର ଦାଗ।୨।
ଅନାମ ଚରଣ ସାହୁ
ବିଭୁତିପୁର, କାକଟପୁର, ପୁରୀ