Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

କ୍ଷୁଦ୍ରଗଳ୍ପ - ସ୍ମୃତି କୁହେ ତୁମେ ପାଉଁଶ ତଳେ - ସିମାଞ୍ଚଳ ରଣା

ରାତିର ନିର୍ଜନତା ଆମ୍ବ ଗଛରୁ ଝିଙ୍କାରୀର ଝୀଂ ଝୀଂ ଶବ୍ଦ ଆଉ *ଜୁରୀକୁପୁଡା* ରୁ ହେଟାର ଗର୍ଜନରେ ଥରି ଉଠେ ଶରୀର,ଟାଙ୍କୁରି ଉଠେ ଲୋମ ।ବିଜୁଳି ଆଲୋକକୁ ପର କରି ଫିକାଫିକା ଜହ୍ନ ଆଲୁଅରେ ବସି ବିଗତ ଦିନର ଚେନାଏ ସ୍ମୃତିକୁ ମନ ଆଇନାର ଦେଖିବାକୁ ଚେଷ୍ଟା କରୁଛି ମୁଁ,ନିସଙ୍ଗ ବେଳାର ମଧୁରତା କୁ ଉପଭୋଗ କରି । ଲିଭିଯାଇଛି ଜୀବନର ସଞ୍ଜ ସଳିତା ମୋ ଅଗଣାରେ ସଞ୍ଜ ଆଳତି ସ୍ୱପ୍ନ, ହୃଦୟଟା ଜଳିପୋଡି ଛାରଖାର ହେଲେ, ସ୍ମୃତିର ପାଉଁଶ ତଳେ ଆଜିବି କାହାର ଚିହ୍ନା ମୁଁହ ।ମୋତେ ଖୁବ ଆକୁଳ ସ୍ୱରରେ କୁହେ ବାଇକା ଧନ ଆନୁ ଇଦେ ବି ନିଙ୍ଗେ ଜେଡା ଗିପିମାଇଁ କିଏ ତୁମେ ? କାହିଁକି ଏ କରୁଣ ଆର୍ତ୍ତନାଦ ? ତୁମେ........ ସରିତା ନା?ସେଇ ହଷ୍ଟେଲର ଚୁଲବୁଲି ପ୍ରଜାପତି ଯାହାକୁ ଧରିନେବା ପାଇଁ ଅନେକ ଆଗମ୍ୟ ଅତିଥି ହୋଇଥିଲେ?ହେଲେ ତୁମେ ବନ୍ଦୀ ହୋଇଥିଲ ମୋ ବାହୁରେ ।ତୁମେ ସେଇ ସରିତା ନା ଯେ ମୋ ପାଇଁ ରାତିର ଅନ୍ଧାର ଆଉ ଡାକିନୀ ପିଶାଚିନି ଙ୍କୁ ଭୟ ନକରି ତମାମ୍ ରାତିରେ ଦୁର୍ଗା ମନ୍ଦିର ପଥରଉପରେ ବସି କହୁଥିଲା ପ୍ରେମର ଅକୁହା କଥା ।ହେଲେ ଆଜି ତୁମେ କେଉଁଠି?ମୋତେ ଏତେ ବଡ଼ ଦୁନିଆରେ ଏକା କରିଦେଇ,କଣ ମୁଁ ମନେପଡୁନି ତୁମର?ହେ ସରିତା ଦେଖନା ମୁଁ ଆଉ ବଞ୍ଚିବା ଶିଖି ପାରୁନି । ତୁମେ........ତୁମେ ଥରେ ହାତ ଠାରି ଡାକିଦିଅ ମୋତେ ତୁମ ନିଖୋଜ ସହରକୁ,ତୋଳିବା ରାଜମହଲ ଖାସ ସ୍ମୃତିରେ ରାଜାରାଣୀ ହୋଇ । ଓଇ......ମାଏ ଇନା ଆଇମାଞ୍ଜି ଇନୁ?ଇନା ପାଗଲ ଡେହେଙ୍ଗି ରଆନେ କାତାବାର୍ତା ଗିପିମାଞ୍ଜି ଓଇ? ହଠାତ ଭାବନା ଆଉ ବାର୍ତ୍ତାଳାପରୁ ନିବୃତ ରହିଗଲି ଏଇ ମଝିପଡ଼ା ସାଙ୍ଗ ସଞ୍ଜୟର ଡାକରେ ।ନାଇରେ ସାଙ୍ଗ ଏମିତି ବସିଥିଲି ଏଠି ଆଉ ସରିତା କଥା ଭାବୁଥିଲି।ଦିନେ ଅତୀତ ଟା ଏଇଠି ବିତିଥିଲା ତା ସହ,କେତେ ରାତି ଏଠି ତା ସହ ଗପି ବିତେଇ ଦେଇଛି ହିସାବ ନାହିଁ । ସରିତା ? ସରିତା କିଏ ? କାହିଁ ମୋତେ ତ କିଛି କହିନୁ କେବେ ?ପଚାରି ପକାଇଲା ସଞ୍ଜୟ । ସଞ୍ଜୟର ଉତ୍ତର ଦେବାକୁ ବି ବାଧ୍ୟ ଥିଲି ମୁ ।ଭାରି ଜିଦିଆ ସେ ନକହିଲେ କଣ ମୋତେ ଶାନ୍ତିରେ ରଖେଇ ଦେବ ସେ । ଶୁଣିବୁ ସଞ୍ଜୟ ମୋ ସରିତା କଥା?ମୋ ଛାତିତଳ ନୀରବ ଯନ୍ତ୍ରଣା କଥା ? କହୁଛି ଶୁଣ ।


ମୋର ଠିକ ମନେ ଅଛି ସେଦିନର କଥା । ଯେବେ ମୁଁ ସରିତା କୁ ଦେଖିଥିଲି ପ୍ରଥମ ଥର । ସେଦିନ ହୁତହୁତ ହୋଇ ଜଳୁଥିଲା ମୋ ଗାଁ ପାଖ ଗାଁ ବାରଖମ୍ବା ସ୍ୱାମୀଜୀଙ୍କ ହତ୍ୟା ପରେ ସାମ୍ପ୍ରଦାୟକ ଦଙ୍ଗାରେ ଜଳୁଥିଲା ବାରଖମ୍ବା ।ଗୋଷ୍ଠୀ ସଂଘର୍ଷ ରେ ଖଣ୍ଡା କାତି ବର୍ଚ୍ଛା ତୀର ଆଉ ବନ୍ଧୁକର ଟ୍ରିଗାର ହିଁ କଥା କହୁଥିଲା । ପରସ୍ପର ମଧ୍ୟରେ ଢେଲାମାଡ଼ ଶ୍ରାବଣର ବର୍ଷାପରି ବର୍ଷିଗଲା । ମୁଁ ଦେଖିଛି ସେ ବିଭୀଷିକା, ଖଗେଶ୍ବର ପଡିଯାଇଛି ଭୂମିରେ ଢେଲା ମାଡ଼ରେ ନିରବି ଯାଇଛି ତା ଦୁର୍ଲଭ ମାନବ ଜନ୍ମର ରକ୍ତମାସଂ ଶରୀର । ନା ଆଉ ରହି ହେବନି ଭାବି ପଳେଇ ଆସିଲି ଗାଁ କୁ । ହଷ୍ଟେଲ ପାଖରେ ଦେଖିଥିଲି ସେଦିନ ସରିତା କୁ । ସରିତା ପ୍ରଧାନ ବୟସ ବେସି ନୁଁହ ଏଇ ପନ୍ଦର କି ଷୋହଳ ହେବ । ନୂଆ ନୂଆ ଯୌବନ ବନରେ ମହୁମାଛି ସେ,ଓଠରେ ପୀରତି ପୀୟୂଷ,ଆଖିରେ ଲାଜର କାହାଣୀ,ଧୀରଧୀର ଚାଲିରେ ମାଦକ ଭରା ଆକର୍ଷଣ ।ତା କୁଞ୍ଚିତ କୁନ୍ତଳ ଆଉ ଚୁନରୀ ରୋ ଅବୋଲକରା ସତେ ଯେମିତି ମୋତେ ପାଗଳ କରି ଦେଇଥିଲା ମୋତେ।ତାକୁ ଦେଖି ଆଶ୍ଚର୍ଯ୍ୟ ବି ହୋଇଗଲି ମୁଁ । କାହିଁକିନା ସେ ଥିଲା ମୋ ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ରୀ ଆଉ ମୁଁ ଷଷ୍ଠ ଶ୍ରେଣୀର ଛାତ୍ର,କିନ୍ତୁ ମୁଁ ଜାଣିନଥିଲି ଯେ ମୋ ସ୍କୁଲରେ ଏମିତି ଏକ ସୁନ୍ଦରୀ ସରିତା ପଢୁଛି ।ଗାଁ ରେ ସ୍କୁଲ ଥିବାରୁ ମୁଁ ଘରୁ ଯିବା ଆସିବା କରୁଥିଲି । ସେ କିନ୍ତୁ ସିନ୍ଦ୍ରୀଗାଁ ରୁ ଆସି ଏଠି ପଢୁଥିଲା କୋଡ଼ିଏ କିମି ଦୂରତା ପାଇଁ ହଷ୍ଟେଲ ରେ ରହୁଥିଲା ।ମୁଁ ପାଠପଢ଼ାରେ ଥିଲି ଦୁର୍ବଳ ଆଉ ସେଥିପାଇଁ ସ୍କୁଲ ବି ଯାଉନଥିଲି ଠିକରେ । ଦୁଇଦିନ ସ୍କୁଲ ଗଲେ ଆଉ ଚାରିଦିନ ଟ୍ରାକ୍ଟର ରେ ଇଟାବାଲି ବୋହିବା ପାଇଁ ଶ୍ରମିକ ହୋଇଯାଉଥିଲି । ଯାହା ସେଇଠୁ ପଇସା ମିଳେ ବିସ୍କୁଟ ମିକ୍ସର ଖାଇ ଏହି ଦୁର୍ଗା ମନ୍ଦିର ପଥର ଉପରେ ଅଧରାତି କାଟିବା ପରେ କାହା ବାରଣ୍ଡା ହିଁ ଥିଲା ମୋର ଶୟନ କକ୍ଷ । ହେଲେ ଏଥିପାଇଁ ମୋ ପିଉସୀ ର ଥିଲା ଅନେକ ବାରଣ, ତା ଭଲପାଇବା ଆଗରେ ବାଧ୍ୟ ହେଉଥିଲି ଘରକୁ ଯିବା ପାଇଁ ।ମୁଁ ଥିଲି ମାଆ ଛେଉଣ୍ଡ ,ଜନ୍ମର ଦୁଇ ମାସ ପରେ ଆଉ ଏହି ଆଖିରେ ଦେଖିନି ମୁଁ ମୋ ମା ର ମନଲୋଭା ମୁଁହ ।ବକଟେ ଛୁଆ କାହିଁବା ମନେ ରହିବ ସେ ମଧୁର ମା ର ମୁଁହ?ମୋ ପିଉସୀ ଦେଇଛି ମୋତେ ନୂଆ ଜୀବନ କୋଳେଇ କାଖେଇ ମଣିଷ କରିଛି ମୋତେ ।ଏଥି ପାଇଁ ଆଜିବି ସେ ଅବିବାହିତ । ସରିତା କୁ ଦେଖିବା ପରେ ମୋ ବାଲ୍ୟ ଶ୍ରମିକରେ ରୋକ ଲାଗିଲା ମୁଁ ସଜାଡ଼ିଲି ନିଜକୁ,ଅନିଚ୍ଛା ସତ୍ତ୍ୱେ ମଧ୍ୟ ସ୍କୁଲ ଯିବା ଆରମ୍ଭ କରିଦେଲି,କାହିଁକି ନା ସରିତା କୁ ଦେଖିବା ପାଇଁ ଏକମାତ୍ର ନିର୍ଭରଶୀଳ ସ୍ଥାନ ଥିଲା ସ୍କୁଲ ।ଏମିତି କିଛିଦିନ ଗଲା ତାକୁ ଦେଖି ଦେଖି ପିଲାଙ୍କ ଟାହିଟାପର ସ୍କୁଲ କାନ୍ଥରେ ସରିତା-ଅଜୟ ନାଁ ଖୁବ ଲେଖା ହେଲା ଆସ୍ତେ ଆସ୍ତେ ସେ ଆସିଗଲା ମୋ ହୃଦୟ ସାମ୍ରାଜ୍ୟ ଭିତରକୁ,ବିସ୍ତାରି ଦେଲା ତା ସ୍ନେହର ପରିସରକୁ ।ଏବେ ଆମେ ଥିଲୁ ମୁକ୍ତ ବିହଙ୍ଗ,ଇଚ୍ଛା ଅନୁସାରେ ଉଡୁଥିଲୁ ନୀଳ ଆକାଶରେ ପ୍ରେମ ପକ୍ଷୀ ହୋଇ ।


ଜାରି ରହିଛି କର୍ଫ୍ୟୁ ଲାଗିଛି ଶହେ ଚୌରାଳିସି ଧାରା ସନ୍ଧ୍ୟା ହେଲେ ତାଟି କବାଟ ବନ୍ଦ ବଜାର ଘାଟ ବନ୍ଦ,ସୁରକ୍ଷା ପାଇଁ ପାଇଁତର ମାରୁଛନ୍ତି *କାବରୀଚିତା* ମାନେ ।ଆମେ କିନ୍ତୁ ମୁକ୍ତ ଆଉ ଆମ ମିଳାମିଶା ପାଇଁ ଯେମିତି କେହି ରୋକ ଦେବାକୁ ନାହାଁନ୍ତି ।ଦିନରେ ସ୍କୁଲରୁ ଫେରିବା ବେଳେ ପାଚେରୀ ଉପରେ ଖଣ୍ଡେ ଇଟା ଉପରେ ଲାଲ କପଡା ଗୁଡ଼ାଇ ଦେଲେ ସରିତା ବୁଝିଯାଏ ଯେ ଆଜି ରାତିଟା କେବଳ ଆମର ସେହି ଦୁର୍ଗା ମନ୍ଦିର ପଥର ଉପରେ । ମୁଁ ଠିକ ରାତି ସାତରେ ଘରୁ ଧାନଡୋଲି ରୁ ମୁଣାଏ ଧାନ ବିକିଦେଇ ରାତି ଦଶରେ ପହଞ୍ଚି ଯାଏ ସରିତା ପାଖରେ ସାଙ୍ଗରେ ନେଇଥାଏ ମୁଢି,ମିକ୍ସର,ତେଲ,ସାବୁନ,ନେଲପଲିସ, ଟିକିଲି ଇତ୍ୟାଦି ବାସ ୟା ପରେ ଗପର ପସରା ସେହି ପଥର ଉପରେ ।ରାତିର ନିର୍ଜନତା ଆମ ପାଇଁ ଥିଲା ମଧୁଜାମିନି,ସକାଳ ପାହିବା ଆଗରୁ ସେ ଚାଲିଯାଏ ପାଚେରୀ ଡେଇଁ ହଷ୍ଟେଲ ଭିତରକୁ ।ସରିତା ଟିକେ ମୋଟୀ ତେଣୁ ତାକୁ ମୋ ହାତରେ ହି ଟେକି ଥୋଇ ପାଚେରୀ ପାର ହେବାକୁ ହୁଏ ।ସମୟ ସାଥ ଦିଏ ହେଲେ ଏ ଦୁନିଆ ଭାରି ବେଇମାନି କରନ୍ତି ।ଭାଙ୍ଗିଦିଅନ୍ତି ସୁନାର ସ୍ୱପ୍ନ କୁଟୀର କୁ,ସେୟା ହିଁ ହେଲା ମୋ କକା ଥିଲେ ସ୍କୁଲର ସଭାପତି କଥା ଯାଇ ତାଙ୍କ କାନରେ ପଡିଲା ।ଏଥର ବିପଦ ମୋ ବଦଳରେ ସରିତା ଉପରକୁ ଆସିଲା ।ସରିତା କୁ ନିଆଁପାଣି ବାସନ୍ଦ ପରି ବିଦ୍ୟାଳୟ ଏବଂ ହଷ୍ଟେଲରୁ ବାସନ୍ଦ କରାଗଲା ।ମୁଁ ମୋ କକାଙ୍କ ପାଦ ଧରି ମୋତେ ବାସନ୍ଦ କରିବା ପାଇଁ କହିଥିଲି କିନ୍ତୁ ସେ କିଛି ଶୁଣିଲେଣି ସରିତାର ପାଠ ପଢ଼ା ସେଦିନ ପ୍ରେମ ପାଇଁ ହିଁ ବନ୍ଦ ହୋଇଗଲା।ସେଦିନ ଥିଲା ଗଣେଶ ପୂଜା ଘରୁ ହଳଦୀ ବିକି ନୂଆ ଡ୍ରେସ କିଣିଲି ସରିତା କୁ ଅପେକ୍ଷା କଲି ବାରଖମ୍ବା ତୋଟା ପାଖେ,ଏଇ ପଟେ ସରିତା ଆସିବ କହିଛି,ସେ ଚାଲିଯିବ ତା ଜନ୍ମ ମାଟିକୁ ଗାଁ ର ମହୁଲ ବନ ଶିଆଳି ଲତା ତାକୁ ଡାକୁଛି *ଇନୁ ବାମୁ ଲା ବୁଡି ପାଠ ପଢି ଇନାଗିଦି ଇନୁ,ଇମ୍ବାଇ ଚାକରି ସିନେ*? ହଁ ଏଇଥି ପାଇଁ କଣ ଗାଁ କୁ ଚାଲିଯିବ ସରିତା ନା ଏ ପ୍ରେମ ପାଇଁ କଳଙ୍କିନି ହୋଇ ?ହଁ ଏକଥା କାହିଁ ବୁଝିବ ବିଧବା *ସାନ୍ଦ୍ରଲୀ* । ସରିତା ଆସୁଛି ହାତରେ ପେଡି ଟିଏ ଭିତରେ କିଛି ଡ୍ରେସ ଆଉ ବହି ।ମୋତେ ଦେଖି ପେଡି ଥୋଇଦେଇ, ଜାବୁଡି ଧରି ବହେ କାଂଦିନେଲା ସେ । କାହିଁକି ନା ଆଉ ଦେଖା ହେବା ଏତେ ସହଜ ନୁହେଁ ।ଏଠୁ ତା ଗାଁ ଖୁବ ଦୂର କେବେ କେମିତି ଦେଖା ହୋଇପାରେ ନହେଲେ ନାହିଁ । *ଇନାତିକି ଡ଼ି ମାଞ୍ଜିଲା, ଆନୁ ଇନା ବୁଡ଼ଜାରାଇ ନିଙ୍ଗି* ପୁଣି କୋହ ବଢିଗଲା ସରିତାର ପିଲା ଙ୍କ ପରି କାନ୍ଦି ଉଠିଲା । ଲୁହ ପୋଛୁ ପୋଛୁ କହିଉଠିଲା ସରିତା *ଏ ସତ କାତା ବେସ୍ତାମୁଁ ତୋ ଇନୁ ନାଙ୍ଗୀ ଅଦି ତ?* ମୋ ଉତ୍ତର ଥିଲା ଏୟା *ହାଁ ଇନୁ ତୋ ନାନ୍ଦା ଜୀଉ ଆନୁ ଇସିଙ୍ଗାନା ପିହାନ ରାହୀଆଇ । ଅଟେ ଏସେ ଦିନା ସାଲବାକାରୀ ଆନୁ କାଲୁ ସିବାତିକି ବାଇ ଅଟେ ବାନି ବାର୍ଷା ଆମୁ ଡାଞ୍ଜିନା ଆତେ।*


ସମୟ ବିଳମ୍ବ ହେଉଛି ସରିତା କୁ ଯିବାକୁ ହେବ କୋଡ଼ିଏ କିମି । ସାଙ୍ଗରେ ଯାଇ ଛାଡ଼ିଦେଇ ଆସିବି ବୋଲି କହିଲି ହେଲେ ସେ ମନାକଲା, ଗଲାବେଳେ ପଦେ କହିଗଲା ସେ *ସାଜି ମାଇଁ ଧନ ଇଦେ ନିଙ୍ଗି ଏଲୁ ଗିଆନା ରାହିଆବନ ଦିନେ* ବିଦାୟ ସରିତା ଟା...... ଟା....... ଟା........ ସରିତା ସାଳୁଆ ବନ ଭିତରେ ଆସ୍ତେ ଆସ୍ତେ ହଜିଗଲା ମୋ ଆଖିରେ ଅସରାଏ ଅଶ୍ରୁ ଦେଇ । ଏବେ ଦଙ୍ଗା ଶାନ୍ତପଡ଼ିଗଲାଣି କେନ୍ଦ୍ର ପଠାଇଥିବା ସେନା ଛାଉଣୀ ରୁ ଗହଳ କମିଲାଣି ।ଜଳି ଯାଇଥିବା ଘର,ଚର୍ଚ୍ଚ,ସଭାଗୃହ ମରାମତି ଆରମ୍ଭ ହେଲାଣି ।ଭୟ ତେଜି ଗ୍ରାମମୁଖା ହେଲେଣି ଅନେକ ଗ୍ରାମବାସୀ ନା ଆଉ ଗାଁ ଭଲ ଲାଗୁନି ଏ କରୁଣ ଦୃଶ୍ୟ ଦେଖି ।ସହଜେ ତ ସରିତା ଏବେ ବହୁଦୂରେ,ସେ ଥିଲା ବୋଲି ତ ମୋ ଗାଁ ର ସକାଳ ରକ୍ତିମାବରଣ ଲାଗୁଥିଲା, ଛାମୁଣ୍ଡିଆ ରେ କଖାରୁ ଡଙ୍କା ରୁ ହଳଦିଆ ଫୁଲର ସୌନ୍ଦର୍ଯ୍ୟ ଥିଲା ଖାସ ସେ ଥିଲା ବୋଲି । ହଁ ମଝିରେ ମଝିରେ ସିନ୍ଦ୍ରିଗାଁ ଯାଇ ତାକୁ ଦେଖି ଆସୁଥିଲି ସେ ରାନ୍ଧିଥିବା କୁଏରି ଆଉ ମାଣ୍ଡିଆ ପେଜରେ କ୍ଳାନ୍ତ ଦୂର କରି ପୁଣି ଫେରିଆସୁଥିଲି ଗାଁ କୁ ।ସରିତା ଯିବା ପରେ ମୋ ପାଠପଢ଼ାରେ ବି ଡୋରି ଲାଗିଗଲା,ମୁଁ ପୁନର୍ବାର ସେଇ ବାରବୁଲା ବାବୁଲା ସ୍ଥାନ କୁ ଅଧିକାର କରିନେଲି ।ସେଦିନ ଦଶହରା ଥିଲା ସରିତା ଡାକିଛି ବାଲିଗୁଡା ଯାତ୍ରା ଦେଖିଯିବାକୁ ।ମୁଁ କାନ୍ଦୁଲ ଗଣ୍ଡେ ବିକିଦେଇ ନୂଆ ଡ୍ରେସଟିଏ କରିନେଲି ତା ପାଇଁ ।ସେଦିନ ଯାତ୍ରା ଦେଖିସାରି ଆସିଲାବେଳେ ଧବଳେଶ୍ବର ପାହାଡ଼ ଉପରେ କିଛି ସମୟ ବିତାଇ ଆସିଥିଲୁ ଆମେ ।ସରିତା ମୋ ଦେହରେ ଆଉଜି ଯାଇ ନେହୁରା ହେଉଥିଲା ଶୀଘ୍ର ବାହାଘର କଥା ଚିନ୍ତା କରିବାକୁ,ମୁଁ ବି କଥା ଦେଇ ଆସିଲି ଆସନ୍ତା ବର୍ଷ କୁ ନିଶ୍ଚିତ ଆମ ବାହାଘର ହେବ ବୋଲି ।ସମୟ ଥିଲା ଆମ ପାଇଁ ଅସହଯୋଗ,ସରିତାର ମା ଙ୍କ ନିଷ୍ପତିରେ ସରିତାକୁ ଅନ୍ୟତ୍ର ବିବାହ କରିବା ପାଇଁ ବାଧ୍ୟ କରାଗଲା ।ମୁଁ ଦାଦନ ରୂପେ ବେଙ୍ଗାଳୁରୁ ରେ ଥାଏ ଗାଁରୁ ଫୋନ ଆସିଲା ଯେ ସରିତା ନିଜ ଅନିଚ୍ଛା ସତ୍ତ୍ୱେ ଅନ୍ୟତ୍ର ବିବାହ କରିନେଇଛି ।ମୋ ପାଦତଳ ମାଟି ଖସିଗଲା, ଥକାମାରି ବସି ପଡ଼ିଲି ।ସରିତା ତୁମେ କଣ ସତରେ ମୋତେ ମନ ଦେଇ ନଥିଲ?ତୁମେ କଣ ଏ ପାଗଳ ପାଇଁ ଜନ୍ମ ନେଇନଥିଲ? ହୃଦୟକୁ ପଚାରିଲି ସରିତା କିଏ?ସ୍ପନ୍ଦନର ତୀବ୍ରତା ହିଁ ମୋ ଉତ୍ତର ଥିଲା ଯେ ସରିତା ତୁମର ନୁହେଁ ।ହେଲେ ମୁଁ ଜୀବନଠୁ ବି ଅଧିକା ଭଲପାଇବା ଦେଇଛି ତାକୁ,ମୋ ଗରିବ ପଣ କୁ ବାଜିମାତ ଦେଇ ମୁଁ ଧାନ, ଚାଉଳ, କାନ୍ଦୁଲ, ହଳଦୀ ବିକି ତାକୁ ପାଠ ପଢିବା ପାଇଁ ସାହାଯ୍ୟ କରିଛି କାହିଁକି?କାରଣ ସେ ମୋ ନିଜର ...........ନା ଏ ଝିଅ ମାନେ ସ୍ୱାର୍ଥପର ଏମାନେ ମଣିଷ କୁ ଗୋଲାମ କରି ସ୍ୱାର୍ଥ ହାସଲ କରନ୍ତି ।ମୋର କଣ ଥିଲା ସ୍ୱାର୍ଥ ?ସେ କଳା କି ଗୋରା ପରଖିବା ପାଇଁ କେବେ ଏ ଆଖି ଚାହିଁନି ।ରାତିର ଏକାନ୍ତରେ ଦେହର ଉଷ୍ମତା ଆଗରେ ମୋ ସଂଯମତା ଜିତିଯିବାର ହୋଇଛି,ପୁରୁଷଟିଏ ର ସ୍ୱାର୍ଥ କହିଲେ ନାରୀଦେହ ଯାହା ମୁଁ ଛୁଇଁବାକୁ ବି ସାହାସ କରିନି ତେବେ ମୋର କଣ ସ୍ୱାର୍ଥ ଥିଲା ଯେ ସରିତା ଆଜି ଦୁରେଇ ଦେଲା ।ନା ମୋତେ ଓଡିଶା ଯିବାକୁ ପଡ଼ିବ ପଚାରିବି ସରିତା କୁ କାହିଁକି ସେ ଏପରିକଲା ।ନିଜର ଆସବାବପତ୍ର ଧରି ପୁଣି ଗାଁ କୁ ଆସିଲି ଗାଁ ମାଟିରେ ସରିତା ବିନା ବଞ୍ଚିବା କଷ୍ଟକର ହୋଇ ପଡ଼ିଲା ଭାବିଲି ମାମୁଁଘର ଟିକାବାଲି ଯାଇ ରହିବି ।ପ୍ରଥମେ ସରିତାର ଗ୍ରାମକୁ ଯାଇ ଅନୁସନ୍ଧାନ କଲି ସରିତାର ବିବାହର କାରଣ,ହଁ ସେ ଆଉ କଣ କରିଥାନ୍ତା ବାପା ତ ମଦ ଖାଇ ଝିଅ କୁ ସମର୍ପଣ କରିଛି ବାଲ୍ୟ ବେଳେ।ଆଉ ଏବେ ତ ସେ ବାପା ଛେଉଣ୍ଡ ତେଣୁ ମା ଙ୍କ ଅନୁରୋଧ ରେ ବିବାହ କରିନେଲା ଅନ୍ୟତ୍ର ।ସବୁ ଶୁଣିବା ପରେ ଚାଲିଆସିଲି ଟିକାବାଲି ମାମୁଁଘରକୁ ।ଏବେ ସରିତା ମୁ ଭିନ୍ନଭିନ୍ନ ସମ୍ପର୍କରେ ମୁଁ ଆଉ ସେ ଖୁବ ଦୂରରେ ,ନା ଅଛି ଦେଖା ନା ସାକ୍ଷାତ ।କେବଳ ଶୂନ୍ୟ ଅପରାହ୍ନ ରେ ଜୀଇଁବା ଶିଖୁଛୁ ଆମେ ଦୁହେଁ ।


ସରିତା ବିବାହ କରିବାର ଗୋଟାଏ ବର୍ଷ ହୋଇଗଲାଣି ।ସ୍ୱାମୀ ବୋଲି ଯାହା ହାତ ଧରିଲା ସେ ମଧ୍ୟ ଅଷ୍ଟବାଳୁଙ୍ଗା ଦିନରାତି ମହୁଲି ନିଶାରେ ତା ଦୁନିଆ ଏପଟେ ମୋତେ ଦୁରେଇ ରହିବା ବି ସରିତା ପକ୍ଷେ କଷ୍ଟକର ହୋଇଗଲାଣି ।ସେଦିନ ଥିଲା ହୋଲିପର୍ବ ସକାଳୁ ମାମୁଁଘର ପଡୋଶୀ ଙ୍କ ସହ ହୋଲି ଖେଳିବି ବୋଲି ଟିକାବାଲି ବଜାର ଯାଇ ସବୁ ପ୍ରକାର ରଙ୍ଗ ନେଇ ଆସିଲି ।ହଠାତ ଫୋନ ଆସିଲା ଜଣେ ବନ୍ଧୁଙ୍କ ନିକଟରୁ ଯେ ମୋ ସରିତା ଆଉ ଏହି ଦୁନିଆରେ ନାହିଁ ।ସେ ଚାଲିଗଲା ଏକ ନୂଆ ଦୁନିଆକୁ ସଭିଙ୍କୁ ପର କରି ।ସ୍ୱାମୀ ପ୍ରେମିକ ସଂସାର ମା ମମତା ଏସବୁ ଆଗରେ ତା ନବନିର୍ବାଚିତ ସ୍ଥାନ ହିଁ ତା ପାଇଁ ବୋଧେ ମହାନ ଥିଲା ।ନାରୀ ଜନ୍ମର ମହତ୍ତ୍ୱ ମାତୃତ୍ୱର ଅଭିଳାଷ ସବୁ କିଛି ତା ପାଇଁ ତୁଚ୍ଛ ଥିଲା।ସେ ଚାଲିଗଲା ସେହି ଦୁନିଆକୁ ଯେଉଁଠି ତାହାର ଶାନ୍ତି ଅଛି,ଯେଉଁଠି ଏ ଦୁନିଆର ଲୋକ ନାଂହାନ୍ତି କେବଳ ସେ ସ୍ବାଧୀନତା ହିଁ ପାଇବ ସେ ଦୁନିଆରେ ।ହୋଲିରେ କମ୍ପୁଛି ଟିକାବାଲି ସହର ମାମୁ ଖୋଜୁଛନ୍ତି ମୋତେ ସାଙ୍ଗସାଥି ଖୋଜୁଛନ୍ତି ଅଜୟ କେଉଁଠି ,କଣ ବା କରିଥାନ୍ତି ମୁଁ ଭିତରପଟୁ କବାଟ କିଳି ମୁ ଜାବୁଡି ଧରିଥିଲି ସରିତାର ଫୋଟକୁ ଆଉ ଢାଳିଦେଉଥିଲି ହୃଦୟର ଅକୁହା ବେଦନାର ଅଶ୍ରୁଧାର ।ସେଦିନ ମାମୁ ପ୍ରଥମ ଥର ପାଇଁ ଜାଣିଲେ ଯେ ମୁଁ କାହାକୁ ଗୋଟେ ଭଲପାଇ ହାରିଯାଇଛି ।ମୋତେ ବୁଝାଇଥିଲେ ଦେଖ ଅଜୟ ଏଦୁନିଆରେ କିଏ କାହାପାଇଁ ତିଆରି ହୋଇଛି ତାହା କେବଳ ଭଗବାନ ଙ୍କ ଇଚ୍ଛାରେ ହିଁ ଆବିଷ୍କାର,ତେଣୁ ମନ ଦୁଃଖ କରନା ଦୁନିଆ ବଦଳିବା ସହ ତୁ ବି ବଦଳିବୁ ।ଏହା ପରେ ମୁଁ ଘରକୁ ଚାଲି ଆସିଲି କିଛିଦିନ ପର୍ଯ୍ୟନ୍ତ ଠିକରେ ଖିଆପିଆ ମଧ୍ୟ କଲିନି ।ଆସ୍ତେ ଆସ୍ତେ ସରିତାକୁ ଭୁଲିଯିବାପାଇଁ ଚେଷ୍ଟା କରୁଛି ହେଲେ ପାରୁନି,ଇତି ମଧ୍ୟରେ ସରିତା ବିଷୟରେ ବହୁତ ତଥ୍ୟ ପାଇଛି ସରିତା ଜୀବନରେ କେବଳ ମୋତେ ହିଁ ଭଲପାଇଛି ବିବାହ କରି ମଧ୍ୟ ସେ ମୋତେ ହିଁ ଅପେକ୍ଷାରେ ଥିଲା ଦୁନିଆର ଅପବାଦ ନିଜର କରିପାରିବନି ବୋଲି ସେଦିନ ସେ ନିଜ ଘରେ କେହି ନଥିଲା ବେଳେ ଦଉଡି ଖଣ୍ଡେରେ...................ନା ଆଉ କୋହ ଚାପି ହେଲାନି ମୋ କାନ୍ଦିବା ଦେଖି ସଞ୍ଜୟ ବି କାନ୍ଦି ପକାଇଲା ।ଆଶ୍ୱାସନ ଦେଇ କହିଲା ଏ କଣ ଅଜୟ ଛାତି ତଳେ ଏତେ ଯନ୍ତ୍ରଣା ?ତୋ ସରଳ ହୃଦୟେ ଏତେ କଷ୍ଟ ?ଆଉ ତୁ ଆଜିଯାଏ ଏକାଏକା ସହି ଚାଲିଛୁ?ହଉ ସେ ସରିତା ତ ଆଜି ବହୁଦୂରରେ ହେଲେ ତୋର ତ ଭବିଷ୍ୟତ ଅଛି ।ଆଗକୁ ଚିନ୍ତା କରେ ।ଆ ଘରକୁ ଯିବା ରାତି ଅନେକ ହେଲାଣି,ମୁଁ ଯିବାକୁ ଉଦ୍ୟତ ହୁଅନ୍ତେ ନଜର ପଡିଗଲା ସେ ସ୍କୁଲ ପାଚେରୀ ଉପରକୁ ଜହ୍ନ ଆଲୁଅରେ ଲାଲ କପଡା ଭିଡା ଇଟା ଖଣ୍ଡିକ ଝାପ୍ସା ଝାପ୍ସା ଦିଶୁଛି, ଆଉ ପାଚେରୀ ସେପଟେ ଥିବା ଫୁଲଗଛର ଶୀର୍ଷ ଭାଗ ଠିକ ସରିତାରକେଶ ପରି ଲାଗୁଛି ।ମୁଁ କେବଳ ହାତ ଠାରି ବିଦାୟ ଦେଉଥାଏ । *ସାଜି ମାଇଁ ସରିତା ନାଡାଙ୍ଗ ଡ଼ିଙ୍ଗିନେ ମେହେମୁ*






ସୀମାଞ୍ଚଳ ରଣା
କୁର୍ତ୍ତମଗଡ଼, କନ୍ଧମାଳ

Post a Comment

0 Comments