Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ନୂଆଖାଇ ଆସିଛି - ସସ୍ମିତା ସାହୁ

ବର୍ଷକୁ ଥରେ ଆସିଛି ଦେଖ
ପରବ ନୁଆଁ ଖାଇ ,
ବଜାରେ ବଜା ଢୋଲିଆ ବଜା
ଝୁମିବା ନାଚି ଗାଇ II
ଗଣପରବ ଅଟଇ ଏହା
ପଶ୍ଚିମ ଓଡ଼ିଶାର ,
କୃଷିଭିତ୍ତିକ ପରବ ଅଟେ
ପାଳେ ସାରା ପରିବାର II
ଭାଦ୍ରବ ରୁଷି ପଞ୍ଚମୀ ଦିନ
ଏ ପର୍ବ ପାଳି ଥାନ୍ତି,
ନବାର୍ଣ୍ଣ ଖାଇ ହରଷ ହୋଇ
ଗ୍ରାମଦେବୀ ପୁଜି ଥାନ୍ତି II
ମା'ଙ୍କୁ ପୂଜିବା ଜୁହାର ହେବା
ନେବାରେ ନେବା ଆଶିଷ ,
ତାଙ୍କ ଦୟାରୁ ବଂଚିବା ଆମେ
ହୋଇ ସଦା ହରଷ II
ପୂଜିବା ଧାନ ପୂଜିବା ଖେତ
ପୂଜିବା ସମଲେଇ ମାଆ,
ପୂଜିବା ଆମେ ଗାଈଗୋରୁଙ୍କୁ
ପୁଜିବା ତୁଳସୀ ମା 'II
ନୂଆ ଧାନରେ ପିଠା କରିବା
କରିବା ଖିଚିଡି ଖିରି ,
ଚୁଡା କରିବା ଭାତ କରିବା
ଦେବା ସମଲେଶ୍ୱରୀ II
ଭୋଗ ଖାଇ ମା' ପ୍ରସନ୍ନ ହେବେ
କରିବେ ସର୍ବ କଲ୍ୟାଣ ,
ହରଷ ହୋଇ ସବୁ ବରଷ
ଦେବେ ଆମକୁ ଧାନ II
ଗୁରୁଜନଙ୍କୁ କରି ଜୁହାର
ସାନଙ୍କୁ ସ୍ନେହ ଦେବା,
ଅତ୍ମୀୟତା ଭୁଲିବା ନାହିଁ
ମିଶି ରହିବା ସଦା II
ବୁଲିବା ଗାଁ ଘରକୁ ଘର
ଭେଟିବା ସହି ସଙ୍ଗାତ,
ଖୁସି ବାଣ୍ଟିବା ଆନଂଦ ହେଵା
ଦେଖି ପୁରୁଣା ମିତ II
ନୂଆଖାଇ ପର୍ବ ପ୍ରତୀକ ଅଟେ
ଭାଇଚାରା ସମ୍ପର୍କର ,
ଏକତା ବାର୍ତ୍ତା ଦିଏ ଆମକୁ
ଛାଡି ଆପଣା ପର II
ମା' ଲୋ ମା 'ସମଲେଇ ମା'
ତୋ ପାଦେ କରେ ଜୁହାର
ସାହା ହୋଇବୁ ଆହା କହିବୁ
ତୁ ମା' ଆମ ନିଜର II


ସସ୍ମିତା ସାହୁ, ନାଶିକ

Post a Comment

0 Comments