ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ମୋ ଗାଁ ଆଜି ବଦଳିଛି - ଏ ପି ଶୁଭକାନ୍ତ

ମୋ ଗାଁ ଆଜି ବଦଳିଛି - ଏ ପି ଶୁଭକାନ୍ତ


ଆଜି ବୁଲାର ମନ ସକାଳୁ ଭାରି ଖୁସି, ଯାହାହେଉ ଗାଁ ପିଲାମାନେ ମିଳିମିଶି ଲକ୍ଷ୍ମୀପୂଜା ଆୟୋଜନ କରୁଛନ୍ତି । ପ୍ରତି ଘରୁ ଚାନ୍ଦା ଆଦାୟ କରାଯାଇଛି । ସେ ବି ୫୦୦୦ ଟଙ୍କା ଚାନ୍ଦା ଦେଇଛି । ଗାଁ ପିଲାଏ ରାତିରେ ମେଲୋଡି ବି କରୁଛନ୍ତି ।

ସେ ବି ଯେତେବେଳେ ଯୁବକ ଥିଲା ଗାଁ ରେ ସାଙ୍ଗସାଥୀଙ୍କୁ ନେଇ ସତ୍ୟନାରାୟଣ ପୂଜା ତଥା ବାଦୀପାଲା ଆୟୋଜନ କରୁଥିଲା । ପାଖ ୯-୧୦ ଖଣ୍ଡ ଗାଁ ର ଲୋକ ପାଲା ଦେଖିବାକୁ ଆସୁଥିଲେ । ଏଇ କିଛି ବର୍ଷ ହେବ ଲୋକ ପାଲା ପାଇଁ ସହଯୋଗ ତ ଦୂରର କଥା ଆଗ୍ରହ ନେଇ ଦେଖିବାକୁ ମଧ୍ୟ ଗଲେନାହିଁ । ତେଣୁ ଗାଁ ରେ ହେଉଥିବା ପାଲା ବନ୍ଦ ହୋଇଗଲା ।

ଯାହାହେଉ ଗାଁ ରେ କିଛି ବର୍ଷ ପରେ ଗୋଟେ କିଛି ହେଲା । ସନ୍ଧ୍ୟାରେ ସେ ବି ମେଲୋଡି ଦେଖିବାକୁ ଗଲା । ସେଠାରେ ଉପସ୍ଥିତ ଲୋକଭିଡ ଦେଖି ସେ ନିଜ ଆଖି କୁ ବିଶ୍ବାସ କରିପାରିଲାନି । ମେଲୋଡି ଆରମ୍ଭ ହେବା ପରେ ସେ ଉନ୍ମତ୍ତ ଉଦ୍ଧତ ନୃତ୍ୟ ଦେଖି ସେ ଯେତେବେଳେ ନିଜକୁ ପ୍ରଶ୍ନ କଲା, ସେତେବେଳେ ତା ଅନ୍ତଃସ୍ବର ରୁ ଉତ୍ତର ଆସିଲା "ଆରେ ଗାଁ ପରା ବଦଳିଛି" ।

A P Subhakanta
Haripur, Khadianga, Jajpur - 755049

0 Comments