Information

ଗଣାଧିପତୟେ ନମଃ - ସଲିଳ କୁମାର ସ୍ଵାଇଁ

ଶିବଗଣଙ୍କର ଈଶ
ଗଣନାଥ ହେ ଗଣେଶ
ଗଜାନନ ଗଣପତି
ଦୁଃଖ ବିଘ୍ନ କର ନାଶ ।
ବିଦ୍ୟା ବୁଦ୍ଧି ପ୍ରଦାୟକ
ଅଗ୍ରପୂଜ୍ୟ ବିନାୟକ
ବକ୍ରତୁଣ୍ଡ ଲମ୍ବୋଦର
ତୁମେ ବିଘ୍ନ ବିନାଶକ ।
ପ୍ରଭୁ ଗିରିଜାନନ୍ଦନ
ପ୍ରିୟ ମୂଷିକବାହନ
ବିଦ୍ୟାଦାତା ସୁଖକର୍ତ୍ତା
ନମୋ ଗଜେନ୍ଦ୍ର ବଦନ ।
ତୁମେ ତ ସିନ୍ଦୁରପ୍ରିୟ
ଏକଦନ୍ତ ଶୈଳାସୂତ
ଅଧମେ ଆଶିଷ ଦିଅ
କରେ କୋଟି ପ୍ରଣିପାତ ।




ସଲିଳ କୁମାର ସ୍ଵାଇଁ
ମଙ୍ଗଳାଯୋଡି, ଟାଙ୍ଗି, ଖୋରଧା
ଦୂରଭାଷ : ୯୪୩୭୦୯୦୧୨୪

Post a Comment