ବ୍ୟଙ୍ଗ କବିତା - କିନ୍ଦି ନାଗିଅ ଯେ - ଜିତେନ୍ଦ୍ର ସାହୁ

0

ଫୁଉଲୁ ଅଳିଆ ରୋମିଓ ବାଳିଆ
ମୁଁଉ ବେଙ୍ଗ ମହାରାଜ,
ଆଣ୍ଠେଇ ପେଟେଇ ପ୍ରପୋଜ ମାରୁଛି
ପେରେମକୁ ଟିକେ ବୁଝ,,।।
ତେମେ ଭୁଆସୁଣୀ ଭାରି ତ ସିଆଣି
ଫୁଲେଇ ବେଙ୍ଗୁଲୀ ରାଣୀ,
ପେରମର ଋତୁ କରେ କୁତୁକୁତୁ
କିଅଁ ଯେ ପାରୁନ ଜାଣି,,।।
କେତେ ବୁଝେଇବି କିଅଣ କହିବି
ଥରୁଟେ ମନରୁ ଭାବ,
ଏଇନା କରିବି ନଭରରୁ ବିବି
ହଁ ଯଦି କହିଦେବ,,।।
ନଉକାରେ ଯିବା କୂଅଁ ଭିତରକୁ
ଦୁହେଁ ହନିମୁନୁ ପେଇଁ,
ପାଣିର ଶେଯରେ କେତେ ମଜା ହେବ
ଅତି ପାଖାପିଖି ରହି,,।।
ଖେଳ କରୁଥିବା ଶହେ ଶହରେ
ଖୋଜି ଯେ ନିଜକୁ ନିଜେ,
କେଁ କଟର କେଁ କଟର କଟର କଟର କେଁ କେଁ
କିଇନ୍ଦି ନାଗିଅ ଯେ,,।।


ଜିତେନ୍ଦ୍ର ସାହୁ, ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments

ଆପଣ ଯଦି ଏହି ବିଷୟଟି ପଢି ସାରିଛନ୍ତି, ତେବେ ଗଠନ ମୂଳକ ପ୍ରତିକ୍ରିୟା ପ୍ରଦାନ କରନ୍ତୁ ।

Post a Comment (0)