ନୂଆଖାଇ - କାର୍ତ୍ତିକେଶ୍ଵର ସାହୁ

0
ଓଡ଼ିଆ ସଂସ୍କୃତି ମାଟି ମହକର
ଆଉ ଏକ ପରମ୍ପରା
ନୂତନ ଆଗ୍ରହ ନୂତନ ଉତ୍ସାହ
ମନ କିଣା ଭାବଧାରା
ପାର୍ବଣର ଏହି ପବିତ୍ର ମୂହୁର୍ତ୍ତେ
ସଂସ୍କୃତିର ବାର୍ତ୍ତା ନେଇ
କେତେ ଆଶା କେତେ ଖୁସି ଆଣି ଆଜି
ଆସି ଅଛି ନୂଆଖାଇ
ସାରା ବରଷର ହାଡ଼ଭଙ୍ଗା ଶ୍ରମେ
କେତେ କଷ୍ଟ କେତେ ଶୋକ
ନୂଆ ଶଷ୍ୟ ଦେଖି ଚାଷୀଭାଇ ଆଜି
ଭୁଲିଯାଏ ସବୁ ଦୁଃଖ
ନୂଆ ବସନରେ ଆନନ୍ଦ ମନରେ
ମାଆ ସମଲେଇ ପୀଠେ
ପ୍ରଥମ ଅନ୍ନକୁ ଭୋଗଲାଗି କରି
ହସ ଖୁସି କେତେ ବାଣ୍ଟେ
ଲଘୁ ଗୁରୁଜନେ ଆଶୀର୍ବାଦ ନେବେ
ଆଗାମୀ ଜୀବନ ପାଇଁ
ଦୂର ଦୂରାନ୍ତରୁ ମା ମାଟି ପାଶେ
ଆସିଛନ୍ତି ସର୍ବେ ଧାଇଁ
ଘରେ ଘରେ ଆଜି ଖୁସିର ମୂହୁର୍ତ୍ତ
ନୂଆ ପିଠାପଣା କ୍ଷୀରି
ମହକି ଉଠୁଛି ମୋ ସାରା ଓଡ଼ିଶା
କୋଳାହଳେ ଉଠେ ପୂରି
ମାଆ ସମଲେଇ ଶୁଭଦୃଷ୍ଟି ଦେଇ
ପଣତେ ରଖେ ଘୋଡ଼ାଇ
ସୁଖେ ଦୁଃଖେ ପୁଣି ବିପଦେ ଆପଦେ
ଡାକୁଥିବି ସମଲାଇ

Post a Comment

0Comments
Post a Comment (0)