ତୁ ରାଜା ମୁଁ ରାଣୀ
ମୁଁ ହେଲେ ରାଜା ଲବଙ୍ଗଦୀପର
ତୁ ଶାମୁକା ସାଧବବୋହୂ
ମୁଁ ହେବି ଯଦି ଵଉଳର ଵାସ
ତୁ କୋଇଲି ର ମିଠା କୁହୁ ।।
ତୁ ଅଙ୍କାବଙ୍କା ନଈଟିଏ ହେଲେ
ମୁଁ ହେବିଲୋ ଦରିଆ ଛାତି
ତୁ ହୋଇଯାଆ ଲୋ ଫୁଲେଇ ଜହ୍ନଟେ
ମୁଁ ହେବି ପୂନେଇଁ ରାତି
ନିତି ସପନରେ ଆସୁଥିବି ତୋର
ରାତିଟିଏ ହଉ ହଉ ।।
ଅଶିଣ ଆକାଶେ କାକର ଟୋପା ତୁ
ଆଷାଢେ ଭାସିଲା ମେଘ
ମୁଁ ମେଘର କୋଳରେ ଇନ୍ଦ୍ରଧନୁ ହେଲେ
ତୁ ଫଗୁଣର ସାତ ରଙ୍ଗ
ସେଇ ରଙ୍ଗ ତୋର ଗୋରା ଦେହରେ
ବାରମାସେ ଖେଳେ ଢେଉ। ।।
ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ, ପିପିଲି, ପୁରୀ
ମୋ- ୯୮୫୩୩୬୪୯୩୮
ମୁଁ ରାଜା ତୁ ରାଣୀ - ପ୍ରକାଶ ଚନ୍ଦ୍ର ସାହୁ
August 07, 2018
0