ପାଞ୍ଚଟି ଏକପଦୀ - ଦଶମ ଭାଗ - ରମେଶ ମଙ୍ଗରାଜ

0

ଆଶାଠାରୁ ବେଶି ଅଶାଳୀନ ତମେ 
ଆଲୋକ ବିହୀନ ରାତି 
ଆବରଣ ହୀନ ତମ ଦେହ ତଳେ 
ଆତୁରେ ନାଚଇ ପ୍ରୀତି ll

ଆରୋପ ଲଗନା ଆଉ ଗୋ ସୁନ୍ଦରୀ 
ଆର୍ଯ୍ୟପୁତ୍ର ତୋର ମୁହିଁ 
ଆର୍ଯ୍ୟାବର୍ତ୍ତ ସାରା ଚରଚା ଚାଲିଛି
ଆମରି ଗୁଜବ ନେଇ ll

ଆବାହନୀ ଗୀତ ଗାଏ ତୁମପାଇଁ 
ଆସ ଆଗୋ ପ୍ରିୟା ମୋର
ଆବେଗରେ ଭରା ମନଟିକୁ ନେଇ 
ଆତୁର ମୋ ଦୂର କର ll

ଆକସ୍ମିକ ଭାବେ ତମ ସହ ଭେଟ 
ଆକର୍ଷିତ ହୋଇଗଲି
ଆକାଶର ଜହ୍ନ ହାତରେ ପାଇକି
ଆନନ୍ଦେ ଅଧିର ହେଲି ll

ଆତ୍ମା ଆଉ ମନ ଦୁଇଟି ଭିତରେ
ଆନନ୍ଦର ସେତୁ ତମେ
ଆସ ଆଗୋ ପ୍ରିୟା କରିବା ଆଳାପ
ଆହ୍ଲାଦିତଭରା ମନେ ॥

କବି ଓ କବିତା ଭବନ
ମହୁଲ, ଅଙ୍ଗାରପଡା, ଖୋର୍ଦ୍ଧା
ଦୂରଭାଷ - ୮୧୧୪୬୦୯୨୮୦

VOL.IX,  ISSUE.IX,  SEPTEMBER-2025

Published By Banamallira Mahak

Post a Comment

0Comments
Post a Comment (0)