ନୀଚ୍ଚ ମାନସିକତା - ବିଶ୍ୱଜିତ ନାୟକ

0

ସଚ୍ଚୋଟ ପିଲାଟିକୁ 
କେହି ଭଲ ପାଏନି 
ସେ ପୁଅ ହେଉ 
କି ଜ୍ୱାଇଁ ହେଉ 
କାହିଁକି ନା ତା'ର ନ ଥାଏ 
ପୁଳା ପୁଳା ଟଙ୍କା 
ଖର୍ଚ୍ଚ କରିବାକୁ 
ବିନା କାରଣରେ !

ସଚ୍ଚୋଟ ସାଙ୍ଗଟିକୁ 
କେହି ନିଜର କରେନା 
କାହିଁକି ନା ସେ ଦେବାକୁ 
ସମର୍ଥ ହୁଏନି 
ମଦ କି ମଟନ 
ଏଇମିତି ଛୋଟ ଛୋଟ 
କାରଣ ଅକାରଣରେ !

ସଚ୍ଚୋଟ କର୍ମଚାରୀଟିକୁ 
କେହି ବି ଭଲ ପାଏନି 
କାହିଁକିନା ସେ ଦେଇପାରେନି
ଖାଇବାକୁ କିମ୍ବା ପିଇବାକୁ
ତା'ର ଉପର ଅଧିନସ୍ଥ
କର୍ମଚାରୀ ମାନଙ୍କୁ
ତାଙ୍କ ମନ ମଧ୍ୟରେ
ନିଜ ପାଇଁ ଟିକେ ସ୍ଥାନ
ସଂରକ୍ଷିତ କରିବା ପାଇଁ !

ସତରେ ଏ  ସମାଜରେ
ଭଲ ଲୋକ ମାନଙ୍କ ପାଇଁ
ଆଉ କଣ ସ୍ଥାନ ନାହିଁ   
ସଚ୍ଚୋଟ ଲୋକ ମାନେ
କଣ ଧୀରେ ଧୀରେ 
ଏଇମିତି ହଜି ଯିବେ
କେବଳ କେତେକ
ନୀଚ ଲୋକ ମାନଙ୍କର
ଛୋଟ ମାନସିକତା ପାଇଁ !

ତୁଣ୍ଡପଡ଼ା, କେଦାରପୁର
ସୋରୋ, ବାଲେଶ୍ୱର
ମୋ - ୭୯୭୮୨୫୬୩୮୬

VOL.IX,  ISSUE.IX,  SEPTEMBER-2025

Published By Banamallira Mahak

Post a Comment

0Comments
Post a Comment (0)