ବେଳଥାଉ ଚେତ ବଞ୍ଚୁ ଉତ୍କଳ - ସନ୍ତୋଷ ପଟ୍ଟନାୟକ

0

ଓଡ଼ିଆର ସ୍ପର୍ଦ୍ଧା ପାଇଁ ନିଖୋଜ ସୁବାଷ
କୁଟ ଖେଦେ ବନ୍ଧା ଏଠି ବିର୍ସାର ବାସ 
କୃଷ୍ଣ ଭଞ୍ଜ ଆଜି ଏଠି ଅଖୋଜା ଅଲୋଡ଼ା
ସମୟ ତାଳରେ ଉଡ୍ର ହେଲା ଗଡ଼ଗଡ଼ା  ॥ 

ଗଙ୍ଗାଧର ରଚି ଗଲେ ଓଡ଼ିଆ ସାହିତ୍ୟ 
ତାଙ୍କରି ଦାୟଦ ଭଣେ କୋଶଳ ପାଣ୍ଡିତ୍ୟ 
କିବା ପ୍ରୟୋଜନ କିସ ଏଇ ଆଭିଜାତ୍ୟ !
ତୁଚ୍ଛା ପଣ କାହୁଁ ଅଛି  ଆତ୍ମିୟତା ଚିତ୍ତ  ॥

ଯାହା ବଳିଦାନେ ସୃଷ୍ଟି  ସ୍ଵାଭିମାନ ରାଜି
ଜାତୀୟତା ସ୍ତରେ ତାହା କାହିଁ ନାହିଁ ଆଜି 
କାହିଁ ବକ୍ସି ଜୟୀ ଆଉ ଚକରା ଓ ବାଜି
କାହିଁପାଇଁ ତାଙ୍କ ଗୁଣ ପାରୁନାହଁ ଭଜି ! ॥

ସିଂହଭୂମି, ଧଳଭୂମି, ଛୋଟ ନାଗପୁର
ବସ୍ତର, ଶ୍ରୀପୁର ସିରିୟା, ଅମ୍ବିକାପୁର 
ଶ୍ରୀକାକୁଲମ୍, ମଞ୍ଜୁଷା ଆଉ ଟିକାଲି 
ଭୁଲିଗଲୁ କିବା ଏ ଉତ୍କଳ ଅଙ୍ଗ ବୋଲି ! ॥

ବୋଲକରା କାହିଁ ଆଜି ସାଜୁଛି ଏ ଜାତି 
କି'କାରଣେ କାର୍ପଣ୍ୟତା ସାଜୁଅଛି ବାଦି 
ଦେଖୁନିକି ଆଖି ତବ ଖଣ୍ଡିତ ଉତ୍କଳ 
ବିଭଙ୍ଗ ଅଙ୍ଗକୁ ଘେନି ଜନନୀ ଦୁର୍ବଳ ॥

ସବୁ କଥା ଆଜି ଏଠି ହେଲାଣି ପ୍ରାଞ୍ଜଳ 
ଭାବି ଭାବି ମୁଣ୍ଡ ନିତି ହୁଏ ଗୋଳମାଳ 
ନିଜ ସ୍ପାର୍ଦ୍ଧା ତେଜି ଆଜି ଉଠ ଭାତୃଗଣ 
ବେଳ ଥାଉ ଥାଉ ଚେତ ବଞ୍ଚୁ ଏ' ଉତ୍କଳ ॥

ତିରିଡା, ବେଗୁନିଆପଡା, ଗଞ୍ଜାମ
ମୋ - ୭୯୮୪୨୫୯୦୮୦

VOL.IX,  ISSUE.IX,  SEPTEMBER-2025

Published By Banamallira Mahak

Post a Comment

0Comments
Post a Comment (0)