ଆମ ଗାଁ ନଈ କୂଳ
କିଆ କେତକୀର ମେଳ
କୃଷ୍ଣଚୂଡ଼ା ସ୍ମୃତି ତାର
ମୋତେ କରୁଛି ବିଭୋର !
ଆଜି କାହିଁ ମନେପଡେ
ସେହି ପିଲାଦିନ କଥା
ଖେଳୁଥିଲି ବାଲିଘରେ
ମନେଭାବି କେତେକଥା !
ତୁମେ ଥିଲ କନିଆଁ
ମୁଁ ସାଜୁଥିଲି ବର
ଖେଳୁଥିଲେ ବାଲିଘରେ
ନ ଭାବି ଆପଣା ପର !
ନଈ କୂଳେ ଗଢୁଥିଲେ
କେତେ ସ୍ବପ୍ନ ର ନଅର
କେବେପୁଣି ଭାଙ୍ଗୁଥିଲ ତାକୁ
ହୋଇ ରାଗରେ ଜରଜର !
ସେଦିନ ତୁମ ରାଗ
ମୋତେ ଲାଗୁଥିଲା ଭଲ
ଆଜି କିଆଁ ସେହି ରାଗ
ମୋତେ କରେ କଲବଲ !
ତୁମେ ଥିଲ ମୋର ସାଥେ
ନଥିଲା ମନରେ ଚିନ୍ତା
ଏବେ କିନ୍ତୁ ନଈ କୂଳେ
ଏକାଭାବେ ତୁମକଥା !
ସତକୁହ ମୋତେ କିଆଁ
ଏକୁଟିଆ ଛାଡିଦେଲ
ମୋ ବିନା ତୁମେ ବି ତ
କେମିତିକା ଜୀଇଁ ଗଲ ?
ତୁଣ୍ଡପଡ଼ା, କେଦାରପୁର
ସୋରୋ, ବାଲେଶ୍ୱର
ମୋ - ୭୯୭୮୨୫୬୩୮୬
VOL.IX, ISSUE.IX, SEPTEMBER-2025
Published By Banamallira Mahak