
ନକଲ କଲେ ଦୁନିଆର ଲୁକର
ବୁଡି ଯାଏଁସି ନିଜର ବୁଦ୍ଧି ଅକଳ
ଖଟାବୁ ଯେଭେ ନିଜର ଅକଳ
ସେଭେ ହେବୁ ତୁଇଁ ନିଜେ ସଫଳ ।
ଅକଳ ହେଲା ବଲି ଇ ମୁନୁଷର
ଦେହେଁ ପିନ୍ଧିଲା ଆଘରୁ ବକଳ
ଚାଷ କରିକରି ଖାଏବାର ଲାଗି
ହାତେ ଧରଲା ଜୁଆଡ ଲଂଗଳ ।
ଅକଳ ଆଏଁ ଇ ମୁନୁଷର ସବୁ
ଦେହେଁର ତାକତ ବୁଦ୍ଧିର ବଲ
ଏଡକି ଟିକେ ଆଏଁ ମୁନୁଷ ଜୀବ
ହାତୀକେ କରିଛେ ନିଜେ ଦଖଳ ।
ଥିଲେ ଅକଳ ଏକା ମୁନୁଷ କରସି
ଦୁନିଆର ସବକେ ନିଜେ ଦଖଳ
ନାଇଁ ଥିଲେ ମୁନୁଷର ବୁଦ୍ଧି ଅକଳ
ଭୁକେ ହେଉଥିସି ଡହଲ ବିକଳ ।
ସବୁ କବାର କରବ ବୁଦ୍ଧି ଖଟେଇ
ସେତେବେଲେ ହେବୁ ନିଜେ ସଫଳ,
କାମ କରିଥିବ ବଲେ ତୁମେ ଦୁଖ ଯାନି
ତେଭେ ଖାଏଁବ ତୁମେ ମିଠା ଫଳ ।
ଅକଳ ହଜଲେ ବୁଡସି ଚେତା
ମୁନୁଷ ହେଇ ଯାଏଁସି ଛେତକା
ଜୀବର ଜୀବନ୍ ଆଏଁ ଦୁଇଁ ଦିନିଆ
ଲାଗସି ସତେ ପାନିର ଫଟକା ।
ଅକଳ ଖଟେଇ କବାର କଲେ
ନାଇଁ ରହୁ ତୁଇଁ କେଭେ ପଛୁଆ
ବୁଦ୍ଧି ହଜେଇ ନିଜେ କବାର କଲେ
ମାଟି ନୁରୁଥିବୁ ତୁଇଁ ବଡ଼ କେଚୁଆଁ ।
ଦେଉଳ ପଦର, ସୋନପୁର
VOL.IX, ISSUE.IX, SEPTEMBER-2025
Published By Banamallira Mahak