
ଆକୁଳ ମନଟା ଝୁରୁଛି ତୋତେ ଲୋ
ଆଉଟୁ ପାଉଟୁ ଦେହ
ଆଘାତ ଦେଏନା ଆଉ ଲୋ ସୁନ୍ଦରୀ
ଆଖିରେ ଦେଏନା ଲୁହ ॥୧॥
ଆକଟ ମାନୁନି ଆମାନିଆ ମନ
ଆଖୁ କିଆରୀରେ ପସି
ଆକୁଳେ ବିଳାପେ ଦିଗହଜା ହୋଇ
ଆତୁରେ କାଟଇ ନିଶି ॥୨॥
ଆଶା ଆଶଙ୍କାରେ ଜୀବନ ଝୁରଇ
ଆଶାବରୀ ଗାଏ ମନ
ଆଶ୍ଳେଷ ପାଇଁକି ଆଶକ୍ତି ବଢଇ
ଆଶ୍ରୟ ଦିଏନା ଜହ୍ନ ॥୩॥
ଆଷାଢ ବରଷା ଦେଲାନି ପୁଲକ
ଆଶ୍ୱିନେ ରହିଛି ଆଶା
ଆସିବ ଗୋ ପ୍ରିୟା କାଶତଣ୍ଡୀ ସାଥେ
ଆସିଲେ ହସିବ ନିଶା ॥୪॥
ଆଣ୍ଠୁଏ ଦୁଃଖରେ ଛଟପଟ ହୁଏ
ଆହାତ କରନା ଆଉ
ଆବେଗ ସାଉଁଟି ବଞ୍ଚିବାକୁ ଦିଅ
ଆତ୍ମୀୟତା ରହିଥାଉ ॥୫॥
କବି ଓ କବିତା ଭବନ
ମହୁଲ, ଅଙ୍ଗାରପଡା, ଖୋର୍ଦ୍ଧା
ଦୂରଭାଷ - ୮୧୧୪୬୦୯୨୮୦
VOL.IX, ISSUE.VIII, AUGUST-2025
Published By Banamallira Mahak
Superb. Emotion and aesthetic skill blended together.
ReplyDelete