
ହେ ଶତ ଶତ ସୃଜନୀର ସ୍ରଷ୍ଟା
ଦ୍ୱିତୀୟ ଈଶ୍ୱର
ଆଙ୍କୁଛ ଅବିରତ ଭାଵନାର
ସପ୍ତ ରଙ୍ଗ ଦେଇ
କେତେ କେତେ ଚିତ୍ର ଜୀବନର
ତୁମେ ହିଁ ତ ସାଜ
ନଵ ଜୀବନର ବାର୍ତ୍ତାଵହ
ଶବ୍ଦର ଶତଦଳ ଫୁଟାଅ
ଵାସୁଥାଏ ଦିଗରୁ ଦିଗନ୍ତ ମହମହ..
ଚଲାଅ କଲମ୍ ଦେଖିବାକୁ
ନୂଆ ଏକ ସମାଜର ସ୍ଵପ୍ନ
ସଦା ଚଳ ଚଞ୍ଚଳ ସେ କଲମ୍
କଲମ୍ ତ ନୁହେଁ ସେ ବଲମ୍
ଧନ୍ୟ ସେ ପିତାମାତା
ଯାହା କୋଳେ ଜନ୍ମିଛ ତୁମେ
କରୁଛି ସେମାନଙ୍କୁ ଭୂମିଷ୍ଠ ପ୍ରଣାମ୍ ।।
ସେ ମା କୋଳ ନୁହେଁ ସାଧାରଣ
ଯେ ତୁମକୁ କରିଛି ଧାରଣ
ସେ ବାପାର କାନ୍ଧ ବି ସବୁଠୁ ସଶକ୍ତ
ଯାହାର ଝାଳ ତୁମ ଦେହରେ
ବହୁଛି ହୋଇ ରକ୍ତ...
ସେମାନଙ୍କ ଜନ୍ମ ଜନ୍ମର ପୁଣ୍ୟ ହିଁ ତ
ତୁମ ହାତର କଲମ୍
ସେ କଲମ ତ ନୁହେଁ
ଜୀବନ ଯନ୍ତ୍ରଣାର ମଲମ୍
ଧନ୍ୟ ତୁମ ପିତାମାତା
ଜଣାଏ ହୃଦୟରୁ କୋଟିଏ ପ୍ରଣାମ୍ ।।
ସ୍ରଷ୍ଟା ତୁମେ
ହସ ଠାରୁ ଲୁହ ଦେଖ ବେଶି
ନିର୍ଯ୍ଯାସ ଖୋଜୁଥାଅ
ଜୀଵନର ଅଙ୍କ କଷି କଷି
ଛଳ ଛଳ ହୃଦୟ ସିନା ତୁମର
ହେଲେ ଖୁବ୍ ତୀକ୍ଷ୍ଣ ତୁମ ଉଚ୍ଚାରିତ ସ୍ବର
ନିରେଖି ନିରେଖି ଦେଖ
ଭୂମିଠାରୁ ଭୂମା,
କେତେ କାହା ମନ ପଢୁଥାଅ
ପୁର୍ଣ୍ଣତାରେ ଭରିବାକୁ
ହୃଦୟକୁ ଖୁବ୍ ଭଲପାଅ
ନିଜ କଥା ମନେପଡେ ନାହିଁ କେଵେ
ଭାବିଵାକୁ ବେଳ ବି ନଥାଏ ଜମା..
ଧନ୍ୟ ସେ ପିତାମାତା
ଯେ ଦେଇଛନ୍ତି ତୁମକୁ ଜନ୍ମ
ଏ ଜଗତ ଯୁଗେ ଯୁଗେ ଘୋଷେ ତାଙ୍କ ନାମ
ଜଣାଏ ତାହାଙ୍କୁ ଭୂମିଷ୍ଠ ପ୍ରଣାମ୍ ।।
ଓରାଳି, ହାଟଡିହି, କେନ୍ଦୁଝର
ମୋ - ୯୪୩୮୧୯୧୮୫୦
VOL.IX, ISSUE.VIII, AUGUST-2025
Published By Banamallira Mahak
ଆପଣ ଯଦି ଏହି ବିଷୟଟି ପଢି ସାରିଛନ୍ତି, ତେବେ ଗଠନ ମୂଳକ ପ୍ରତିକ୍ରିୟା ପ୍ରଦାନ କରନ୍ତୁ ।