ଦିନ ଆସୁଛି - ଡଃ ନୀଳମାଧବ କର

0

ତମେ ଭାବୁଛ, ଦିନ ଆସୁଛି, 
ଆଉ ଟିକେ ପାକଳ ହେଲେ, 
ତମ ଅଳସ ଭାଙ୍ଗିବ,
ତମେ ବାହାରିବ,
କେଉଁ ଅଜଣା ରାଇଜରେ ରାଜୁତି କରିବ, 
ପହଁରିବ ସ୍ୱପ୍ନରେ ତମର,
ସେ ସମୟ ଆଗରେ ଅଛି ବୋଲି 
ତମ ବିଶ୍ଵାସର କୁହୁଡ଼ିରେ  
ତମେ ଆଜି ଆରାମରେ ଘୁଙ୍ଗୁଡ଼ି ମାରୁଛ, 
ନିଶ୍ଚିନ୍ତରେ... ।
ତମେ ଭାବୁଛ, 
କାଲି ପୁଣି ତମେ ନିଦରୁ ଉଠିବ,
ବାକି ସବୁ ନିଃଶ୍ୱାସରେ 
ସମୟକୁ ବାନ୍ଧି ରଖିଥିବ,
ତମେ କଣ ସତରେ ବଞ୍ଚିଛ ଯେ 
ସେ ଆଶା ରଖିଛ !
ଆଖି ନାହିଁ, କାନ ନାହିଁ
ଆଗ ନାହିଁ କି, ପଛ ବି ନାହିଁ 
ନା ଭୂତ ନା ଭବିଷ୍ୟ 
ନିଜ ଭିତରେ ଅଣ୍ଡାଳି ଖୋଜ 
ଜୀବନ ଅଛି କାହିଁ !
କାଲିର କଥା ଆଜି, 
ଆଜିର କଥା ଏବେ 
ଭାବିକି ଦେଖ ପାରିବ ଯଦି 
ଜୀଇଁ ଜୀବନ  
ଏଇ ମୁହୁର୍ତ୍ତେ ଏବେ ।

କନସଲଟାଣ୍ଟ ସାଇକିଆଟ୍ରିଷ୍ଟ
ଅନରାରୀ ପ୍ରଫେସର, ଓଲଭରହାମ୍ପଟନ ୟୁନିଭରସିଟି
ଓଲଭରହାମ୍ପଟନ, ୟୁନାଇଟେଡ କିଙ୍ଗଡମ

VOL.IX,  ISSUE.VIII,  AUGUST-2025

Published By Banamallira Mahak

Post a Comment

0Comments

ଆପଣ ଯଦି ଏହି ବିଷୟଟି ପଢି ସାରିଛନ୍ତି, ତେବେ ଗଠନ ମୂଳକ ପ୍ରତିକ୍ରିୟା ପ୍ରଦାନ କରନ୍ତୁ ।

Post a Comment (0)