ଯେବେ ମୁଁ ହଜେ - ବିରଞ୍ଚି ନାରାୟଣ ମିଶ୍ର

0

ନିଛାଟିଆ ନଈ ତୁଠେ 
ସୁନାଦେହ ମାଜୁଥିଲା ମିଲି 
ନିଘାନାଇଁ ପାଦ ପାଉଁଜିକୁ ।
ଘରେ ଦେଖିଲା 
ଖସି ପଡିଛି ପଟେ ପାଉଁଜି ।
ଛନକା ପଶିଲା ଛାତିରେ,
ଖୋଜିଲା ବାଟସାରା, 
ପଥର ସନ୍ଧି ଆଉ 
ଅଣ୍ଟେ ପାଣିରେ,
ସହଜରେ ମିଳିଗଲା 
ହଜି ଯାଇଥିବା ପଟେ ପାଉଁଜି ।
ଅପୂର୍ବ ଉଲ୍ଲାସରେ ଭରିଗଲା ମନ
ଦିନେ କୋଉଠି ଖସି ପଡିଲା 
ପଟେ କାନଫୁଲ।
ପୁଣି ଖୋଜୁ ଖୋଜୁ ବହିଥାକ 
ଘର ଅଳିଗଦାକୁ,
ସହଜରେ ମିଳିଗଲା 
ପଟେ କାନଫୁଲ,
ଆଉ ଅଚାନକ ନଜର ପଡିଗଲା 
ପୁରୁଣା ଡାଏରୀରେ ସାଇତା
କାହା ଅତ୍ମୀୟତା ଭରା ଚିଠି ।
କ୍ଷଣିକ ପାଇଁ ହେଉ ପଛେ 
ଆନ୍ଦୋଳିତ କରିଦେଲା  
ହୃଦୟର ସମସ୍ତ ତନ୍ତୀକୁ ।
ଆଲମାରି ଲୁଗାଥାକ ତଳଵି 
ଖୋଜିଥିଲି, 
ମିଳିଥିଲା ହଳଦିଆ ପଡି ଅସ୍ପଷ୍ଟ ହୋଇ ଯାଇଥିବା
କେଉଁ ଅନ୍ତରଙ୍ଗ ମଣିଷର ଫଟୋ
ସମସ୍ତ ଅତୀତ ଆସି 
ଉଭା ହୋଇଗଲେ ମୋ ସାମ୍ନାରେ
ଅନ୍ୟମନସ୍କ ହୋଇଗଲି।
ଭାବିଲି 
ମୁଁ ଦିନେ ହଜିଯାନ୍ତିନି....
ଯେତେଚେଷ୍ଟା କଲେ ଯିଏଵି 
ସହଜରେ ମିଳନ୍ତିନି 
ହଜେଇ ଦେଇଥିବା ମୋ ନିଜକୁ ।
କୋଉ ପାରିଲି 
ନିଜକୁ ନିଜେ ହଜାଇବା ପାଇଁ?
ଯେତେ ନିଜମନସ୍କ ହେଲେବି 
ନିଜକୁ କଣ ସହଜରେ ହଜେଇ ହବ କୋଲପ ମାରି
ପୁଣି କେବେ ହଜିବା ପାଇଁ????

ମଲ୍ଲୀପୁର, ନିଆଳ, ଖୋର୍ଦ୍ଧା 
ଦୂରଭାଷ : ୯୪୩୯୦୧୧୦୬୩

VOL.IX,  ISSUE.VII,  JULY-2025

Published By Banamallira Mahak

Post a Comment

0Comments
Post a Comment (0)