
ଧ୍ଵଂସ ଯେବେ ହେବ ଏହି ଜୀବନଟା
କିସ ଲାଭ ସ୍ଵପ୍ନ ଦେଖି
ଟିକିଏ ଖୁସିକୁ ଆଦର ଯତ୍ନରେ
କାହିଁକି ପରିବା ରଖି l
କଲା କର୍ମ ସବୁ ବିନାଶ ହୋଇବ
ମନ ହେଉଥିବ ଝୁରି,
ଯାହା ଆଜି ସତ କାଲିହେବ ମିଛ
ସୃଷ୍ଟିରୁ ଯିବ ବାହାରି ।
ଦୁଃଖ ହେଉ ଅବା ସୁଖ ହୋଇଥାଉ
ଏହା ସଂସାର ବନ୍ଧନ,
କାଳ ଗ୍ରାସ ଦିନେ କରିବା ଜାଣିଥା
ହୋଇବ ଏ ଶୂନ୍ୟସ୍ଥାନ l
ବଜ୍ର ପରି ଟାଣ କେତେଯେ ପୁରୁଷ
ବିକ୍ରମାଦିତ୍ୟଙ୍କ ପରି
ସମୟ ସୁଅରେ ଭାସିଲେ ସେମାନେ
ଆସିପାରିଲେ କି ଫେରି ।
ପିତା ଗଲା ପରେ ପୁତ୍ର ଯାଏ ଚାଲି
ଧୀରେ ଧୀରେ ତା'ର ବଂଶ
ଗୋଟି ଗୋଟି ହୋଇ ନାମ ଧର୍ମ କର୍ମ
ପରେ ପରେ ହୁଏ ଧ୍ଵଂସ l
ପ୍ରବାହ ସାହିତ୍ୟ ସଂସଦ, କଣ୍ଟାବଣ
ନୀଳକଣ୍ଠପୁର, ବଡପଡା, କେନ୍ଦ୍ରାପଡା
VOL.IX, ISSUE.VII, JULY-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।