
ଏଣିକି ପ୍ରତି ମୁହୂର୍ତ୍ତରେ
କିଛି କିଛି ମରିବାକୁ ପଡ଼େ
ଶବ୍ଦରେ, ସ୍ଵରରେ, ନୀରବରେ
ବୋଧହୁଏ ମରିବା ପୂର୍ବରୁ
ଏଇମିତି ବାରମ୍ବାର ମରିବାକୁ ପଡ଼େ
ଦୁଃଖକୁ ବୁଝେଇ ହୁଏନି
ମୁଁହ ଖୋଲି କହି ହୁଏନି
ଲୋକେ କଣ କହିବେ ବୋଲି
କିଏ କଣ ଭାବିବ କାଳେ
ଦୁଃଖକୁ ବାରୁଦ କରି
କବରରେ ଚାପି ଦିଆଯାଏ
ଦ୍ଵିଧାରେ, ଭୟରେ, ଅନିଚ୍ଛାରେ
ମନକୁ ମାରି ଦିଆଯାଏ,
ଆଖିରେ ଧରାପଡ଼ିଯିବାର ଶଙ୍କାରେ,
ଅସ୍ଵସ୍ତିରେ, କ୍ଷଣସବୁ ବିତେ
ଭିତରେ ପଚି ସଢ଼ି, ଦୁର୍ଗନ୍ଧରେ
ଧିରେ ଧିରେ ମରିଯାଉଥିବା ବେଳେ
ଉପରକୁ ପତ୍ର କଅଁଳେଇବାକୁ ପଡ଼େ
ଜୀଇଁବାର ନାଟକ କରିବାକୁ ପଡ଼େ ।
କନସଲଟାଣ୍ଟ ସାଇକିଆଟ୍ରିଷ୍ଟ
ଅନରାରୀ ପ୍ରଫେସର, ଓଲଭରହାମ୍ପଟନ ୟୁନିଭରସିଟି
ଓଲଭରହାମ୍ପଟନ, ୟୁନାଇଟେଡ କିଙ୍ଗଡମ
VOL.IX, ISSUE.VI, JUNE-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।