ଭୋକ ହେଲେ ଯିଏ ଭିକ ମାଗି ଖାଏ
ପେଟ ପୁରିଗଲେ ମାରଇ ନାତ
ସେଇ ସେ ବର୍ବର ପାପୀ ପାକିସ୍ତାନ
ଧର୍ମନ୍ଧତା ଭରା ଆତଙ୍କି ଦେଶ ।
ଭାରତ ଭୂସ୍ଵର୍ଗ ଶାନ୍ତ ବଳୟରେ
ଅଶାନ୍ତିର ନିଆଁ ଦେଲା ସେ ଜାଳି
ସେ କିବା ଜାଣିବ ନାରୀ ଆଖି ଲୁହେ
ସ୍ଵର୍ଣ୍ଣଲଙ୍କା ଦିନେ ଯାଇଛି ଜଳି ।
ବୁଝିବ ବା କାହୁଁ ସିନ୍ଦୁର ମହତ୍ତ୍ଵ
ଶକ୍ତି ତା'ର କେତେ ପ୍ରଚଣ୍ଡ ବୋଲି
ସଧବା ମଥା'ର ସିନ୍ଦୂରରେ ଖେଳି
ନିଜର କବର ଦେଲା ସେ ଖୋଳି ।
ସୁଖ ହରି ନେଇ ଦୁଃଖ ଭରି ଦେଲା
କେତେ ନିରୀହଙ୍କ ଲୁଟିଲା ପ୍ରାଣ
ନିରୀହ ଜନତା ପରେ ପରାକାଷ୍ଠା
ଦେଖାଇଲା ଭୀରୁ ବୀରତ୍ଵ ପଣ ।
ଜୀବେ ଦୟା ଶାନ୍ତି ଦୟା କ୍ଷମା ବାର୍ତ୍ତା
ଯେଉଁ ଦେଶ ବୁଦ୍ଧ ଥିଲେ ପ୍ରଚାରି
ଜଣା କି ନ ଥିଲା ସେ ଦେଶର ଯୋଦ୍ଧା
ଯୁଦ୍ଧ କରି ପାରେ ଶତ୍ରୁ ସଂହାରି ।
ଜଳ, ବାୟୁ, ଅଗ୍ନି, ମାଟି ଓ ଆକାଶ
ପଞ୍ଚ ମହାଭୂତେ ଗଢ଼ା ଏ ବିଶ୍ୱ
ଲେଖା କି ଏଥିରେ ଅଛି କେଉଁ ଧର୍ମ
କୁହ ତୋ ଧର୍ମର କିବା ସାରାଂଶ..?
ଧର୍ମ ପଚାରି ତୁ କଲୁ ନରହତ୍ୟା
କୁହ ରେ ବର୍ବର ତୋ ଧର୍ମ ମର୍ମ
ଅଛି କିବା ଲେଖା ଦୟା କ୍ଷମା ତେଜି
କରିବାକୁ ତତେ ନୃଶଂସ କର୍ମ..??
ପରାଭବ ତୋତେ ଭୋଗିବାକୁ ହେବ
ତୁଟିଗଲା ମାୟା, ଦୟା ଓ କ୍ଷମା
ଆତଙ୍କି ଆଡ୍ଡା ରେ ଏୟାର ଷ୍ଟ୍ରାଇକ୍
ସିନ୍ଦୂର ବଦଲା ହେଲା ମହଙ୍ଗା ।
ହାତରେ ନ ମାରି ଭାତରେ ମାରିବୁ
ପାଣି ରୋକି ଦେଲେ ଶୁଖିବ କଣ୍ଠ
ପାଣି ଛାଡ଼ି ଦେଲେ ଭାସିଯିବୁ ପୁଣି
ହଜିଯିବ ତୋ'ର ଭୂଗୋଳ ଚିତ୍ର ।
ଶାନ୍ତି ଦେଖିଥିଲୁ ଶକ୍ତି ତ ଦେଖିଲୁ
ଦୟାକୁ ଦୁର୍ବଳ ଭାବିଲୁ ମନେ
ଚାହିଁବୁ ଯଦି ତୁ ହିନ୍ଦୁସ୍ଥାନ ଆଡେ
ଧ୍ଵଂସ ସ୍ତୁପ ହେବୁ ନିଶ୍ଚିତ ଦିନେ ।
ଦଶମ ଶ୍ରେଣୀ ଛାତ୍ର, ଗ୍ଲୋବାଲ୍ ଇଣ୍ଡିଆନ ମଡେଲ ସ୍କୁଲ,
ବିଦ୍ୟାଧରପୁର,କଟକ
ଠିକଣା - ରାଜେନ୍ଦ୍ର ନାଗର, କଟକ, ମୋ - ୮୨୪୯୬୮୪୫୯୯
VOL.IX, ISSUE.VI, JUNE-2025
Published By Banamallira Mahak
କବିତାଟି ବହୁତ୍ ଉଚ୍ଚକୋଟୀର ହୋଇଛି ।
ReplyDelete