
ବିଭୁ ସୃଷ୍ଟି ଏ ପୃଥ୍ୱୀ ଅମୃତମୟ,
ପ୍ରକୃତି ପ୍ରଣୟୀ ମୁଁ ଭ୍ରମଣେ ଲୟ ।।
ନ ଥିଲେ ନଥାଉ ମୋ ବିହଙ୍ଗ ପକ୍ଷ,
ଲଙ୍ଘି ଭୀଷଣ ଗିରି ସମୁଦ୍ର ବକ୍ଷ ।।
କର୍କଟ କ୍ରାନ୍ତି ଠାରୁ କୁମେରୁ ଯାଏ,
ବିପରୀତରେ ପୂର୍ବୁ ପଶ୍ଚିମେ ଧାଏଁ ।।
ପୂର୍ବେ ଚୀନ ଜାପାନ ଦ୍ଵୀପ ସକଳ,
ବିଶାଳ ଯେ ପ୍ରଶାନ୍ତ ମହାସାଗର ।।
ପଶ୍ଚିମେ ଆରବ ଯେ ଲଣ୍ଡନ ଦେଶ,
କାଶ୍ପୀୟନ ସାଗର ଆଟ୍ଲାଣ୍ଟିକ ।।
ତୁଷାର ଗିରିମାଳ ମେଘ ମୁକୁଟ,
ଘନ ସାଗରେ ଚାଲେ ବ୍ୟୋମ ବୋଇତ ।।
ମରୁବୁକୁରେ ପ୍ରଭଞ୍ଜନର ଖେଳ,
ଧବଳ ମେଘ ତଳେ ସାଗର କୂଳ ।।
ନଦୀଏ ହୃଦ ହାର କଟି ମେଖଳା,
ଘନ ବନ ଭୂମିଏ ଚିର ଶ୍ୟମଳା ।।
କେବେ ଅସ୍ତାଚଳରେ ସୂରୁଜ ଧାଏଁ,
ମନ ପବନ ଟପି ବିମାନ ଧାଏଁ ।।
ନଗରୀଏ ପେଟିକା ପରି ସଜ୍ଜିତ,
ଚାଷ ଭୂମିଏଁ ଯେହ୍ନେ ଅଙ୍କିତ ଚିତ୍ର ।।
ପଶ୍ଚାତେ ଅତିକ୍ରମି ପୃଥିବୀ ବକ୍ଷ,
ପରଦେଶ ମାଟିରେ ଥାପିଲି ପାଦ ।।
ଦେଖିଲି ପ୍ରିୟ ଜନ ମୁଖ କମାଳ,
ହୋଇଲା ସନ୍ତାପିତ ପ୍ରାଣ ଶୀତଳ ।।
ଉତ୍ତରା ଶାସନ, କୌଶଲ୍ୟାଗଙ୍ଗ, ପୁରୀ
VOL.IX, ISSUE.VI, JUNE-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।