ଅଡୁଆ ସୂତା - ସୂଧାକର ସେଠୀ

0

ଚୁପିଚୁପି କହି ଚାଲିଛୁ କଥା
ଗୋଡ ଦେଇଛୁ ଲୁଚାଇ
ଲୁଚିଲୁଚି କ୍ଷୀର ପିଉଛୁ ମଉନେ
ପଚାରିଲେ ମୁଣ୍ଡ ଦେଉ ହଲାଇ ॥

ଆଡୁଆ ସୁତାର ମୁଁହ ତ ଅଛପା
ଖୋଜି ଖୋଜି ଯାଏ ପରାଣ
ତଥାପି ଲଢିଛି ଲଢୁଥିବି ମୁହିଁ 
ପଡୁପଛେ ଯେତେ କଷଣ ॥

ଯେତେ ଗୋଡ ଘସିଲେ 
ତୁଠ ପଥର ଯାଏନା ଘୁରି
ସହୁଛି ଏମିତି ସହିବି ସବୁ
ଅନ୍ତର ଯାଉ ପଛେ ଜଳି ॥ 

ଚକଚକ ଦୁନିଆ ଅଳିକ ସଖୀ
ପ୍ରେମ ସତ୍ୟ ସନାତନ
ଜନମ ଜନମର ଅବିଛିନ୍ନ ଡୋର
ନହେଉ କେବେ ମଳିନ ॥

ଜମ୍ବେଶ୍ଵରପୁର, ବାଲେଶ୍ଵର
ଦୂରଭାଷ - ୯୩୩୭୬୮୧୫୨୪

VOL.IX,  ISSUE.VI,  JUNE-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)