
ଦଶ୍ ମାସ୍ ଦଶ୍ ଦିନ୍ ଗରଭେ ଧରି
ଜନମ୍ ଦେଲ ମାଆଁ, ବୁଆ,
ବଡ୍ ହେଲା ଉତ୍ରୁ ଖେଦିଦେଲ ମତେ
ମୁଇଁ କେଁ ନୁହେଁ ତୁମର ଛୁଆ ॥୧॥
ଦିନେ କହୁଥିଲ ମୋର୍ ଘରର୍ ଲଖମି
ଆଏ ମୋର ଗେହ୍ଲେଇ ବେଟି,
ଆଏଜକା କେନତା ଶାଶ୍ ଘର ମତେ
ବଟାଇ ଦେଉଛ ସେ ଖଟି ॥୨॥
ଭୁଲ୍ କାଁଏଟା ମୁଇଁ କରିଥିଲି ଜେ
ମାଁ ନାଇଁ ପାରୁଛେଁ ଜାନି,
ବୁଝି ନି ହୁଏ ସଥେ ଗୋ ମୋର୍ ବା
ଆଁଏଖ୍ ଥୁ ଝରୁଛେ ପାନି ॥୩॥
ମୋର୍ ମନ୍ ଜାନି ଆନୁଥିଲ ଘିନି
ଯାତରା ନେଉଥିଲ ଦେଖାଇ,
ପର୍ ହର୍ ଘରକେ କେନତା ଇହାଦେ
ଦେଉଛ ମତେ ସେ ବଟାଇ ॥୪॥
ଅଜନା, ଅଶୁନା ମୁନୁଷ୍ ହାତରେ
ଦେଉଚ ମତେ ଟେକି,
ମୁଇଁ କାଁଏ ସଥେ ବିକଲା ଦରବ୍ ଜେ
ମତେ ତ ଦେଉଛ ବିକି ॥୫॥
ଇ କଥା ଶୁନି ବୁଆର୍ ହୁରୁଦ୍ ଟା
ଯାଏସି ସଥେ କାଁଏ ଫାଟି,
ହୁରୁଦ୍ ଜାନସି ଇ ହୁରୁଦ୍ କଥାଟା
ବୁଆ ନି ଖୁଲେ ତାର ପାଟି ॥୬॥
ସଁସାର୍ ସିର୍ ଜିନା ଦଏବ କରିଛେ
ବଁଧନ୍ ଥି ଦେଇଛେ ବାଁଧି,
ହେଥିର୍ ଅର୍ କଲେ ଜୀବନ୍ ଜଂଜାଲେ
ସଭିଁଏ ହେଇଛନ୍ ଫାଂଦି ॥୭॥
ଥିଲୁ ଅଛୁ ଥିବୁ ଇ ମୋର୍ ହୁରଦେ
ମୋର୍ ମହାଲଖମି ହେଇ,
ଲାଲ୍ ସିଂଦୁର୍ କାଁଏ ଲାଲ୍ ରକତ୍ ନୁ
ପାରସି ଭିନେ କରି ଦେଇ ॥୮॥
ବଙ୍କିଆ, ବୀ.ମା.ପୁର, ସୋନପୁର
ଦୂରଭାଷ - ୯୪୩୯୧୪୦୮୧୪
VOL.IX, ISSUE.VI, JUNE-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।