
ଆଜି ବି ନାଚୁଛି ଏଇ ହୃଦୟରେ
ପହଲଗାମ ନରସଂହାର,
ନିଷ୍ଠୁର ଆତଙ୍କୀ ଆକ୍ରମଣ କରି
ପୋଛିଦେଲା କେତେ ମଥା ସିନ୍ଦୂର ॥
ଖୁସିର ମୂହୁର୍ତ୍ତ ପାଲଟିଲା ପୁଣି
ଦୁଃଖ ଯନ୍ତ୍ରଣାର ସମାହାର,
କେତେ ଆଖିରୁ ଯେ ଲୋତକ ବହିଲା
ଭିଜିଲା ଲହୁରେ ସାରା ସଂସାର ॥
ପ୍ରକୃତି ସୌନ୍ଦର୍ଯ୍ୟ ଦେଖିବାକୁ ଯାଇ
ନିଜ ଜୀବନକୁ ହରାଇଲେ,
ନିଶାର୍ଦ୍ଧ ରାତିରେ ଆମ ସେନା ପୁଣି
ଯାଇ ପ୍ରତିଶୋଧ ତା'ର ନେଲେ ।।
ଭାରତ ଆମର ଅଟେ ଶାନ୍ତିପ୍ରିୟ
ନୁହେଁ ପ୍ରତିଶୋଧ ପରାୟଣ,
ନାରୀର ସିନ୍ଦୂର ପୋଛିଲା ସେ ବୋଲି
ହୋଇଗଲା ଅର୍ଦ୍ଧରାତ୍ରେ ରଣ ।।
ରାଫେଲର ବର୍ଷା ହେଲା ପାକିସ୍ତାନେ
ଜାଳିଦେଲେ ସବୁ ତାଙ୍କ ଶିବିର,
ନେଇ ପ୍ରତିଶୋଧ ସମ୍ମାନ ରଖିଲେ
ନାମ ଯେ "ଅପରେସନ ସିନ୍ଦୂର" ।।
"ସିନ୍ଦୂର" ରଖିଲା ସିନ୍ଦୂରର ଟେକ
କାନ୍ଦୁଥିଲା ଯେବେ ଏଇ ଭାରତ,
ତରୁ ବୃକ୍ଷ ସବୁ ରକ୍ତ ସ୍ନାନ କରି
ହୋଇ ପଡ଼ିଥିଲେ ତ ନିର୍ଜୀବ ।।
ଭାରତମାତାର ଆଖିର ଲୁହକୁ
ଦେଖି ପାରିଲେନି ସରକାର,
ସେଥିପାଇଁ ବୋଧେ ଅର୍ଦ୍ଧରାତ୍ରେ କଲେ
ତୋପେ ଅପରେସନ ସିନ୍ଦୂର ॥
ଦୋଷ ବଦଳରେ ଶାସ୍ତି ଦେଇ ପୁଣି
ବୁଝିଲେ ସିଏ ସିନ୍ଦୂର କଷ୍ଟ,
ଆତଙ୍କବାଦର ଶିକାର ହୋଇଣ
ପର୍ଯ୍ୟଟକଙ୍କର ଜୀବନ ନଷ୍ଟ ॥
ପାକିସ୍ତାନେ ହୋଇଲା ଗୁଳି ବର୍ଷଣ
ଆତଙ୍କିତ ହେଲା ତାଙ୍କ ମନ,
ନିର୍ଦ୍ଦୋଷଙ୍କ ପ୍ରାଣ ନେଇଣ ହୋଇଲା
ତାଙ୍କ ଯବାନର ପ୍ରାଣ ନିଧନ ।।
ନରସିଂହପୁର, କଟକ, ଓଡ଼ିଶା
ସମ୍ପର୍କ - ୯୬୯୨୮୪୨୩୮୪
VOL.IX, ISSUE.VI, JUNE-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।