ଧର୍ମର ହେବ ଜୟ - ସ୍ଵର୍ଣ୍ଣଲତା ପତି

0

ସିନ୍ଦୂରର ଦୁଃଖ ସିନ୍ଦୁରର ଶୋକ 
ସିନ୍ଦୂରର ଶସ୍ତ୍ର ନେଇ,
ରାଫେଲ ସୁଖୋଇ ସୀମାରେ ଗର୍ଜୁଛି
ପ୍ରତିଶୋଧ ନେବାପାଇଁ ।

ରାତି ଗଡୁଥିବ ତାତି ବଢୁଥିବ
ଆକାଶୁ ଖସିବ ନିଆଁ,
ଆରେ ଅମଣିଷ ବିଧର୍ମୀ ରାକ୍ଷସ
ଆରତେ ହେବ ଛାନିଆ ।

ସୁଉଚ୍ଚ ହିମାଦ୍ରୀ ସବୁଜ ଧରଣୀ
ଫେନିଳ ମେଘର ସ୍ଵର୍ଗ,
ପୁଷ୍ପିତ ଉଦ୍ୟାନ ଘାସର ଗାଲିଚା
ମନଲୋଭା ଚଉଦିଗ ।

ହିନ୍ଦୁ ଜାତିଭେଦ ଆଣିଦେଲା ଖେଦ
ଧ୍ଵଂସର ତାଣ୍ଡବ ଲୀଳା,
କ୍ରୁର ପାକିସ୍ତାନୀ ଆତଙ୍କୀ ବେଶରେ
କେତେ ପ୍ରାଣ ହରିନେଲା ।

ନଈ ବଢିଗଲେ ଦୁଇ କୂଳ ଖାଏ
ବିଶ୍ୱବାସୀଙ୍କର ଭୟ,
ଜୀବନ ନେଲେକି ଜୀବନ ଫେରିବ
ଧର୍ମର ହେବ ଜୟ ।

ଲଢୁଛି ଆମର ଭାରତୀୟ ସେନା
ଅପରେସନ ସିନ୍ଦୂର,
ପ୍ରତିଶୋଧ ନିଶା ଦେବ ନିଶ୍ଚେ ଶାସ୍ତି
କରିଦେବ ନାରଖାର ।

କରୁଅଛି ଲକ୍ଷ୍ୟ ଶତ୍ରୁଙ୍କର ବକ୍ଷ
କ୍ଷେପଣାସ୍ତ୍ର ନିକ୍ଷେପିବ,
ସକ୍ଷମ ନୁହେଁ କି ଆମ ପ୍ରତିରକ୍ଷା
ନିଶ୍ଚେ ଅରି ସଂହାରିବ ।

କ୍ଷୟକ୍ଷତି କରି ହାମର ପ୍ରହାରି
ଆତଙ୍କୀବାଦୀଙ୍କୁ ନାଶ,
ସିନ୍ଦୂରର ଶୋକ ପ୍ରତିଶୋଧ ନେଇ
ଅଧର୍ମ ହେଉ ବିନାଶ ।

ଉତ୍ତରା ଶାସନ, କୌଶଲ୍ୟାଗଙ୍ଗ, ପୁରୀ

VOL.IX,  ISSUE.VI,  JUNE-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)