ବରଷା ସରଗ ସୁତା - ତାରାପ୍ରସାଦ ଜେନା

0

ଦାଣ୍ଡ ଦୁଲୁକାଇ ମରତେ ଆସୁଛି
ବରଷା ସରଗ ସୁତା
ସାରୁଗଛ ମୂଳେ ବେଙ୍ଗକୁ ବେଙ୍ଗେଈ
ଧରିଲେ ଶାଗୁଆ ଛତା
ଦାଣ୍ଡ ଦୁଲୁକାଇ ମରତେ ଆସୁଛି ॥୦॥

ମୟୂର ଖୁସିରେ ନାଚୁଛି ବଣରେ
ଚକୋର ଚକୋରୀ ଖୁସି
ସକଳ ଜଗତ ଜଳରେ ବିଭୋର
କ୍ଷେତରେ ଖଟୁଚି ଚାଷୀ,
ବାହୁଡ଼ି ଆସିଲେ କାଳିଆ ସାଆନ୍ତ
ସହଜେ ଦେଉଳ ପତ୍ତା
ଦାଣ୍ଡ ଦୁଲୁକାଇ ମରତେ ଆସୁଛି ॥୧॥

କଅଁଳ ପତରେ ଫୁଲର ମେଳଣ
ମନକୁ ଯାଉଛି ଛୁଇଁ
ଘାସଫୁଲ ଶେଯେ ସାଧବବୋହୁଟି
ଲାଜରେ ପଡ଼ିଛି ନଇଁ,
ନୂଆ ଭୁଆସୁଣୀ ଆଶାର ସଂସାରେ
ଅନ୍ଧାରେ ରହିଛି ଚେତା
ଦାଣ୍ଡ ଦୁଲୁକାଇ ମରତେ ଆସୁଛି ॥୨॥

ରାଜ ରଣପୁର, ଜିଲ୍ଲା-ନୟାଗଡ଼, ଓଡ଼ିଶା
ଦୂରଭାଷ- ୯୩୪୮୦୫୪୩୦୦

VOL.IX,  ISSUE.VII,  JULY-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)