
ମମତା ଅଟଇ ଏପରି ଧନ
ବାନ୍ଧି ରଖିଥାଏ ଜଡ ଚେତନ
ମମତା ବଳରେ ସାରା ସଂସାର
ବିଶ୍ୱକୁ ଦେଖଇ ମୋ ପରିବାର ।
ସବୁ ଆକାଶରେ ଗୋଟିଏ ଜହ୍ନ
କେହି କାହାଠାରୁ ନୁହେଁ ତ ଭିନ୍ନ
ମମତା ବଳରେ ଏହି ଅବସ୍ଥା
ଯେଉଁ କାରଣରୁ ଜଗତ ଚିନ୍ତା ।
ଏକ ଦେଶ ଯେବେ ଅଭାବେ ରୁହେ
ଅନ୍ୟ ଦେଶ ଆସି ଧନ ଯୋଗାଏ
ଏକ ଦେଶ ଯଦି ବିପଦେ ଥାଏ
କେହିତ ସାହାଯ୍ୟ ହାତ ବଢାଏ l
ସାଙ୍ଘାତିକ ଏହି ମମତା ଡୋରି
ହଜାଇ ଦେବ ସେ ସୁଖ ତୋହରି
ଘାଣ୍ଟି ହେଉଥିବୁ ସଂଯୋଗ କରି
ପ୍ରତୀକ୍ଷାରେ ଥିବୁ ମମତା ଭରି ।
ଅଡୁଆ ସୂତାରୁ କେରାଏ ଧରି
ଗଣି ଚାଲିଥବୁ ଅନ୍ଧାର କରି
ହସ ଆଉ କାନ୍ଦ ଥିବୁ ମିଶାଇ
ଭାଙ୍ଗି ଗଢୁଥିବୁ ପାଗଳ ହୋଇ l
କାହିଁକି ଏପରି ମମତାରାଣୀ
ଫୁଲଟିଏ ହୋଇ କହୁ କାହାଣୀ
କାମନା ପାତ୍ରରେ ବିରହ ବିଷ
ଢାଳି କରିଦେଉ ଦୁଃଖ ହରଷ l
ପ୍ରବାହ ସାହିତ୍ୟ ସଂସଦ, କଣ୍ଟାବଣ
ନୀଳକଣ୍ଠପୁର, ବଡପଡା, କେନ୍ଦ୍ରାପଡା
VOL.IX, ISSUE.VI, JUNE-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।