
କାହିଁ କେତେ କାଳୁ ପାଦ ତା ପଖାଳୁ
ଓଡିଶା ଜୀବନ ଧାରା
ସିଂହନାଥ ପୀଠ ବଡମ୍ବା କିରୀଟ
ହୃଦ ରତ୍ନ ଦୁଃଖ ହାରା ।
ରାମଙ୍କ ଅନୁଜ ସୁମିତ୍ରା ତନୁଜ
ବାଲି ସିଂହନାଥ କରି
ଭକତିରେ ପୂଜା ଭକତର ଧ୍ଵଜା
ଉଡାଇଲେ ଅନୁସରି ।
ରାମ ରାମନାଥ ସୀତା ବୈଦ୍ୟନାଥ
ରାମାନୁଜ ସିଂହନାଥ
ସ୍ଥାପନେ ତ୍ରିକୂଟ ତହିଁ ପରିପୃଷ୍ଟ
ଭକ୍ତି ରସ ପ୍ରତିଭାତ ।
କେତେ ସାଧୁସନ୍ଥ ଭିନ୍ନ ଭିନ୍ନ ପନ୍ଥ
ସିଂହନାଥ ଗାତ୍ରେ ରହି
ସନ୍ଥ ମଣ୍ଡଳର ବୋଲାଇଲେ ଚର
ବଡମ୍ବାର ଯଶ ବହି ।
ହରିହର ମେଳ ନାନା ରଙ୍ଗେ ଖେଳ
ବିଷ୍ଣୁ, ଶୈବ ପୂଜାର୍ଚ୍ଚନା
ଭୈମକର ବଂଶ ଜନ୍ମି ଦେବ ଅଂଶ
ଉଡାଇଲେ କୀର୍ତ୍ତି ବାନା ।
କବି ଜଗନ୍ନାଥ ବାଣୀଙ୍କ ସୁପୁତ୍ର
ସିଂହନାଥ କାବ୍ୟ ଲେଖି
ସ୍ଥାନର ମହତ୍ତ୍ଵ କରିଲେ ପ୍ରସାର
ପ୍ରଭୁପାଦେ ଧ୍ୟାନ ରଖି ।
ବିଭୁତିପୁର, କାକଟପୁର, ପୁରୀ