ନାରୀ - ଅଙ୍କିତ ସାହୁ

0

ନାରୀ ନାରାୟଣୀ ସୃଷ୍ଟିକାରିଣୀ
ସ୍ୱଭାବରେ ସର୍ବଂସହା,
ମମତା ମୁରତି କ୍ଷମାମୟୀ ଶକ୍ତି
ଅଟନ୍ତି ସେ ବନ୍ଦନୀୟା l

ଭିନ୍ନ ଭିନ୍ନ ରୂପେ ଆସି ସେ ସଂସାରେ
ଜଗତ କଲ୍ୟାଣ ସାଧେ,
କେବେ ମାତାଭଗ୍ନି ଜାୟା କନ୍ୟା ପୁଣି
ସୃଷ୍ଟି ସଂରକ୍ଷଣ ଅର୍ଥେ l

ମାତା ରୂପେ ସେହି ପୀୟୁଷ ସିଞ୍ଚଇ
ସନ୍ତାନର ଶୁଭ ସାଧି,
ପତ୍ନୀ ସେ ମୋହିନୀ ସ୍ୱାମୀ ମନଜାଣି
ଆଚରଇ ସର୍ବ ଵିଧି l

ଦୁଇକୂଳ ହିତା ବୋଲାଏ ଦୁହିତା
କୂଳକୁ କରେ ଉଜ୍ଵଳ,
ଭଗ୍ଣୀଟିଏ ହୋଇ ପୁରୁଷକୁ କରେ
ପ୍ରେରଣାରେ ସମୁଜ୍ୱଳ l

ଆଦ୍ୟାଶକ୍ତି ସମ ଶାନ୍ତ ନମନୀୟ
ସ୍ନେହ ପ୍ରେମ ତା' ଭୁଷଣ,
କାଳୀ ରୂପେ ପୁଣି କେବେ ସଂହାରଇ
ଆସୁରିକ ଶକ୍ତିମାନ l

ଲାସ୍ୟମୟୀ ହସ୍ୟମୟୀ ଶୋଭାମୟୀ
ଲଜ୍ୟା ତା' ଶ୍ରେଷ୍ଠ ଗହଣା,
ଶାନ୍ତି ପ୍ରତିଷ୍ଠାନେ ହଳାହଳ ପାନେ
ଦେବୀ ମଧ୍ୟେ ହୁଏ ଗଣା l

ଦଶମ ଶ୍ରେଣୀ ଛାତ୍ର, ଗ୍ଲୋବାଲ୍ ଇଣ୍ଡିଆନ ମଡେଲ ସ୍କୁଲ,
ବିଦ୍ୟାଧରପୁର,କଟକ
ଠିକଣା - ରାଜେନ୍ଦ୍ର ନାଗର, କଟକ, ମୋ - ୮୨୪୯୬୮୪୫୯୯

Post a Comment

0Comments
Post a Comment (0)