ପାଞ୍ଚଟି ଏକପଦୀ - ପଞ୍ଚମ ଭାଗ - ରମେଶ ମଙ୍ଗରାଜ

0

ଅଶରୀର ମନ ଗାଏ ଆଶାବରୀ
ଅନନ୍ତ ଆକାଶେ ଉଡି
ଅମଳିନ ଇଚ୍ଛା ବିଳାପ କରନ୍ତି
ଅନେକ ସପନ ଗଢି ॥୧॥

ଅଭିମାନ ଛାଡି ଆସ ଆଗୋ ସଖୀ
ଅଭିଳାଷୀ ମନ ନେଇ
ଅଭାବି ଛାତିରେ ଦିଅ ନାହିଁ ଦୁଃଖ
ଅନ୍ତତଃ ଥରକ ପାଇଁ ॥୨॥

ଅଳପ ଆଳାପ ଆସ ଗୋ କରିବା
ଅଳସୀ ନଈର ତୀରେ
ଅଳତା ନାଇକି ଆସିବ ଗୋ ପ୍ରିୟା
ଅପରାହ୍ଣେ ନିରୋଳାରେ ॥୩॥

ଅପରାହ୍ନ ଡେଇଁ ସାୟାହ୍ନ ବୟସେ
ଅପବାଦ ବୋଝ ବହି
ଅସହାୟ ଭାବେ ବଞ୍ଚିଛି କେବଳ
ଅପହଞ୍ଚ ଇଚ୍ଛା ନେଇ ॥୪॥

ଅନାବାଦୀ ମନ ଦେହ ମୋ ଗୋଚର
ଅସୁମାରୀ ସ୍ଵପ୍ନ ଦେଖେ
ଅସୁଖୀ ଜୀବନ ନେଇ ତୁମପାଇଁ
ଅପେକ୍ଷାର ଗୀତ ଲେଖେ ॥୫॥

କବି ଓ କବିତା ଭବନ
ମହୁଲ, ଅଙ୍ଗାରପଡା, ଖୋର୍ଦ୍ଧା
ଦୂରଭାଷ - ୮୧୧୪୬୦୯୨୮୦

VOL.IX,  ISSUE.IV,  APRIL-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)