ସନ୍ଦେହ - ରବିନ୍ ଖଣ୍ଡାୟତରାୟ

0

ରେ ମଣିଷ !
ସନ୍ଦେହ ଅଟଇ ହଳାହଳ ବିଷ
ଜୀବନରେ ଯେବେ ଛାଡ଼ି ନ ପାରିଲୁ,
ମରଣ ଯାଏରେ ଲଭିବୁ କ୍ଳେଶ ।୦।

ବୁନ୍ଦାଏ ବିଷରେ ଗୋଟିଏ ମରଣ,
ଟିକିଏ ସନ୍ଦେହ ମାରେ କୋଟି ମନ ।
ତା’ଭିତରେ ଥାଇ ନିଜେ ମରୁଥାଇ,
ଗାଳିବା ଆଗରୁ ଅନ୍ୟକୁ ବିଷ ।୧।
ରେ ମଣିଷ ! ସନ୍ଦେହ ଅଟଇ ହଳାହଳ ବିଷ....

ଶବ ସିନା ଜଳେ ଜଳନ୍ତା ନିଆଁରେ,
ଜୀବ କୁହୁଳଇ ସନ୍ଦେହ ଧୁଆଁରେ ।
ଜଳିପାରେ ନାହିଁ ମରି ପାରେ ନାହିଁ,
ଦୁର୍ଲଭ ଜନମ ଦୁଃଖରେ ଶେଷ ।୨।
ରେ ମଣିଷ ! ସନ୍ଦେହ ଅଟଇ ହଳାହଳ ବିଷ...
ପୁରୁଣାଗଡ଼, ଜଗତସିଂହପୁର
ଦୂରଭାଷ -୯୭୭୬୬୯୨୨୦୭

VOL.IX,  ISSUE.III,  MARCH-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)