
ଭାରି ଇଚ୍ଛାହୁଏ ଫେରି ପାଇବାକୁ ମଧୁଚଖା ପିଲାଦିନ
ଭାରି ଇଚ୍ଛାହୁଏ ପରୀ ପାଇବାକୁ ଫଗୁମଖା ଯଉବନ ।
ଭାରି ଇଚ୍ଛାହୁଏ ମୁହଁ ପୋଛିବାକୁ ବୋଉକାନି ଦରହସ
ଭାରି ଇଚ୍ଛାହୁଏ ସ୍ନେହ ମିଶିବାକୁ ମନମାନୀ ଘରବଂଶ ।
ଭାରି ଇଚ୍ଛାହୁଏ ଭଲ ଖାଇବାକୁ ଭୋଜିଭାତ ପିଠାପଣା
ଭାରି ଇଚ୍ଛାହୁଏ ଗେଲ ପାଇବାକୁ ସହମତ କଟକଣା ।
ଭାରି ଇଚ୍ଛାହୁଏ ସାରା ବୁଲିବାକୁ ଜୋଛନାର ଜହ୍ନରାତି
ଭାରି ଇଚ୍ଛାହୁଏ ଧରା ହଲିବାକୁ କାମନାର ଚିତ୍ରଗୀତି ।
ଭାରି ଇଚ୍ଛାହୁଏ ଧୀରେ ଧରିବାକୁ ସ୍ତିରୀ ହାତ ଟଙ୍କାସୁନା
ଭାରି ଇଚ୍ଛାହୁଏ ଘରେ କରିବାକୁ କଳାଭୂତ ଆଲୋଚନା ।
ଭାରି ଇଚ୍ଛାହୁଏ ଭାବି ଲେଖିବାକୁ ଦୁନିଆର ଗପଗୀତ
ଭାରି ଇଚ୍ଛାହୁଏ ଛବି ଶିଖିବାକୁ ମାନିଆର ଦୃଷ୍ଟିପୂତ ।
ଭାରି ଇଚ୍ଛାହୁଏ ମନ ଚଢ଼ିବାକୁ ବେଗବାନ ଧଳାଘୋଡ଼ା
ଭାରି ଇଚ୍ଛାହୁଏ ମାନ ବଢ଼ିବାକୁ ଭାଗ୍ୟହୀନ ଦିନଗୁଡ଼ା ।
ରାଜ ରଣପୁର, ଜିଲ୍ଲା-ନୟାଗଡ଼, ଓଡ଼ିଶା
ଦୂରଭାଷ- ୯୩୪୮୦୫୪୩୦୦
ଭଲ ଲାଗିଲା
ReplyDelete