ମାଁ ମାଣିକେଶ୍ୱରୀ - ଆର୍ତ୍ତତ୍ରାଣ ଖୁର୍ଡିଆ

0

ଅଧିଶ୍ୱରୀ ଅଟୁ ତୁହି କଳାହାଣ୍ତି 
ତୋ ନାମେ ଉଡଇ ନେତ, 
ଆଦିଶକ୍ତି କାତ୍ୟାୟନୀ ଭଇରବୀ 
ନାମେ ପୁରପଲ୍ଲୀ ଖ୍ୟାତ ॥

ତୋ’ଗୁଣ ଗାରିମା ସଙ୍ଗେ ତୋ ମହିମା 
ଚଉଦିଗେ ତୋର ଆଖି, 
ଦୁଃଖି, ରଙ୍କୀଙ୍କର ଅଟୁ ସହୋଦର 
ତୁ ଅଟୁ ଧବଳ ମୁଖି ॥

ତୁହି ମାହେଶ୍ୱରୀ ତୁହି ଲଙ୍କେଶ୍ୱରୀ 
ତୁହି ମହିଷାମର୍ଦ୍ଧିନୀ, 
ତୁହି ଶାକମ୍ବରୀ ତୁହି ଖମ୍ବେଶ୍ୱରୀ
ତୁହି ଦୁଃଖ ନିବାରିଣୀ ॥

ତୁ ବିନ୍ଧ୍ୟବାସିନୀ ମନ୍ଦାର ମାଳିନୀ 
କେତେକେତେ ତୋର ରୂପ, 
ତୁହି ଠାବଦାତ୍ରୀ ତୁହି ରକ୍ଷାକର୍ତ୍ତ୍ରୀ 
ଅସମ୍ଭାଳ ତୋର କୋପ ॥

ହୁଳ ହୁଳି ନାଦ ଭେରୀ ତୁରୀ ବାଦ 
ରାଜରାସ୍ତେ କରୁ ନୃତ୍ୟ, 
ତୁହି କ୍ଷମାମୟୀ ତୁହି ରକ୍ଷାମୟୀ 
ଥରହର ସବୁ ଦୈତ୍ୟ ॥

ବଙ୍କିଆ, ବୀ.ମା.ପୁର, ସୋନପୁର
ଦୂରଭାଷ - ୯୪୩୯୧୪୦୮୧୪

Post a Comment

0Comments
Post a Comment (0)