ଜୀବନ - ଲକ୍ଷ୍ମୀନାରାୟଣ ପଟ୍ଟନାୟକ

0

ଜୀବନକୁ ଚିହ୍ନିଲି ସେଦିନ,
ଯେଉଁଦିନ...
ନିଜ ହାତରେ ଜଳେଇ ଦେଇ ଆସିଲି
ମୋ ବନ୍ଧୁଙ୍କ ଶବକୁ
ମୋ ଗାଁ ଦୂର ମଶାଣିରେ... ॥

ଜୀବନକୁ ବୁଝିଲି ସେଦିନ,
ଯେଉଁଦିନ...
ଯୋଡ ହସ୍ତରେ ତିଳ ତର୍ପଣ କରି ଆସିଲି
ମୋ ବନ୍ଧୁଙ୍କ ଆତ୍ମାଙ୍କୁ
ମୋ ଗାଁ ପୋଖରୀ ତୁଠରେ... ॥

ଆଉ ଜୀବନଠୁ ଶିଖିଲି ସେଦିନ,
ଯେଉଁଦିନ...
ଶୁଣୁଥିଲି ବନ୍ଧୁଙ୍କ ସୁଗୁଣ କୀର୍ତ୍ତନକୁ
ଝୁରି ହେଉଥିଲେ ସଭିଏଁ ତାଙ୍କ ଜୀବଦଶାକୁ
ମୋ ଗାଁ ମଝିଦାଣ୍ଡରେ... ॥

ମଙ୍ଗଳାଯୋଡି, ଖୋର୍ଦ୍ଧା
ମୋ - ୯୮୬୧୬୧୬୧୨୬

VOL.IX,  ISSUE.II,  FEBRUARY-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)