ତା ପାଇଁ - ଅଧ୍ୟାପକ ବିକ୍ରମ ମହାନ୍ତି

0

ବାହାରେ ବରଷେ ବରଷା
ସତେ ଝର ଝର ହୋଇ,
ଆଖିରୁ ଝରେ ମୋ ଲୁହର ଧାର
କୁହ ଆଜି କାହା ପାଇଁ !

ସେ ଯେ ଅଟେ ମୋର ଜହ୍ନ
ମୁଁ ଯେ ତାର କୁମୁଦ,
ମୁଁ ହେଲେ ତା' ଝରଣା
ସେ ପରା ମୋ ଜଳଦ !

ଏ ଜୀବନ ମୋ ଯାଏ ବିତି
ଝୁରି ଝୁରି ତା ପାଇଁ,
ଭାବନାରେ ତା'ର ଆନମନା ଏ ମନ
ବହୁ ଦୂର ଚାଲିଯାଏ ଧାଇଁ ଧାଇଁ !

ମୁଁ ଯଦି ହୁଏ ବନଫୁଲ
ସେ ପରା ମୋର ମହକ,
ମୁଁ ଯଦି ହୁଏ ଯାଦୁଗର
ସେ ପରା ଅଟେ ମୋ କୁହୁକ !

ମୁଁ ଚିଠିଟିଏ ହେଲେ
ସେ ମୋର ଠିକଣା,
ତାର ମୋହ ମୋତେ ସଦାବେଳେ
କରିଦିଏ ବାଟବଣା !

ମୁଁ ହେଲେ ଛୋଟ କଳିକା
ସେ ପରା ଭ୍ରମର,
ଶିକାରୀ ଯଦି ସେ ମୋର
ମୁଁ ତାର ଶିକାର !

ମୁଁ ଯେବେ ହେବି ଭକତ
ସେ ହେବ ମୋର ସାଇଁ,
ମୁଁ ହସୁଛି ହସିବି ମୁଁ କାନ୍ଦୁଛି କାନ୍ଦିବି
ଚିରଦିନ ତା ପାଇଁ ତା ପାଇଁ...!

ଜଇତଳଙ୍ଗ, ତେଣ୍ଡାକୁରା, କେନ୍ଦ୍ରାପଡା

ଅର୍ଥଶସ୍ତ୍ର ବିଭାଗ, ଲୋକନାଥ ମହାବିଦ୍ୟାଳୟ, ପାଟକୁରା


Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ