ମା ଧରିତ୍ରୀ - ଗଗନ ବିହାରୀ ନାୟକ

0

ଭାରତ ମାଆ ଚରଣ ଧୁଏ ନୀଳ ସାଗର,
ନୀଳ ଶାଢ଼ୀରେ ଶୋଭା ଦିଶଇ ମାଆଟି ମୋର ॥୦॥

ନୀଳ ବନାନୀ ନୀଳ ବଗିଚା ନୀଳ ଆକାଶ,
ନୀଳ ଜ୍ୟୋତିର ପ୍ରଭା ପ୍ରକାଶେ ନୀଳ ତା' ହସ,
ନୀଳ ସର୍ବାଙ୍ଗ ତାର...
ମୋ' ଭାରତ ମାତାର...
ନୀଳ ଓଠରୁ ଝରେ ତା' ମମତା ଧାର ॥୧॥

ହିମାଳୟରୁ କୁମାରିକା ଯାଏ ତା'ର ଶରୀର,
କୋଳେଇ ନେଇ ଧରା ବୁକୁରେ କରିଛି ଘର,
ଯୋଛନା ଝରା ଅଗଣା ତା'ର ହସେ ଚାନ୍ଦିନୀ,
ତାରା ଫୁଲର ଗଜରା ମାଳ ବେଣୀ ବନ୍ଧନୀ,
ସେଇ ମା'ର କୋଳେ...
କେତେ ତପସ୍ୟା ବଳେ...
ମିଳିଛି ଜନମ ହେଲି ସୁପୁତ୍ର ତା'ର ॥୨॥

ସୁରୂଜ ଆସି ଜ୍ୟୋତି ପ୍ରକାଶି ଦିଏ  ଆହାର,
ଚଳ ଚଞ୍ଚଳ ହୋଇ ଉଠଇ ସାରା ସଂସାର,
ପିମ୍ପୁଡ଼ି ଧାଏଁ ଆହାର ପାଇଁ ବଞ୍ଚିବା ଆଶେ,
ହାତୀ ଜଙ୍ଗଲେ ଦିନ ବିତାଏ ତା'ର ସାହସେ,
ବୀରେ ସିଂହର ଠାଣି...
ତା'ର କହେ କାହାଣୀ... 
ହାରିବା ଜାତକେ ନାହିଁ ବୀର ପୁତ୍ରର ॥୩॥

ବୀର ଦର୍ପରେ ଜଗିଚି ସିଏ ସୀମା ତାହାର,
ରୁଦ୍ଧିଚି ପାଦ ଅନୁପ୍ରବେଶକାରୀ ଶତ୍ରୁର,
ସ୍ଵାଭିମାନକୁ ଛାଡ଼ିନି କେବେ ହୋଇ ନିରୀହ,
ଜୀବନ ଯୁଦ୍ଧେ ଜିତିଛି ସଦା ହୋଇ ବିଜୟ,
କା'ର ସୀମା ଲଂଘିନି...
କା'ରେ କ୍ଷମା ମାଗିନି...
ଅଂହିସା ଆଦର୍ଶ ମୋ' ଭାରତ ମାତାର ॥୪॥

ପ୍ଲଟ - ୫୦୩, ମଞ୍ଚେଶ୍ୱର, ଭୁବନେଶ୍ଵର
ଦୂରଭାଷ - ୭୨୦୫୨୯୩୮୫୭

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ