ଶ୍ରାବଣର ମଧୁଶାଳା - ତପନ ଦୀକ୍ଷିତ

1

ଝିପି ଝିପି ସୁରେ କୋଳାହଳ ଥିବ  
ଶ୍ରାବଣର ମଧୁଶାଳେ
ତୁମେ ଆସୁଥିବ ନୂପୁର ନଚାଇ 
ଭିଜା ଭିଜା ସଞ୍ଜବେଳେ,
ଘନ କେଶେ ତୁମ ଢେଉ ଭାଙ୍ଗୁଥିବ 
ଉମଙ୍ଗେ ସେ ଘନ ରଙ୍ଗ 
ଅଙ୍ଗେ ଅଙ୍ଗେ ଥିବ ଅନଙ୍ଗ ଜ୍ୱାଳା ମୋ  
ସପନେ  ଶତ ତରଙ୍ଗ,
କେଳି କଦମ୍ବର ବାସ ଖେଳୁଥିବ     
ରହି ରହି ମଳୟରେ
ଋତୁ ଢ଼ାଳୁଥିବ ବର୍ଷା ମଦିରା
ତୁମ ନାମ ପିଆଲାରେ,
ମୁକୁଳା କେଶରେ ଢେଉ ଭାଙ୍ଗୁଥିବ
କଳା ବଉଦର ରଙ୍ଗ  
ଅଙ୍ଗେ ଅଙ୍ଗେ ଥିବ ଅନଙ୍ଗ ଜ୍ୱାଳା ମୋ  
ସପନେ ଶତ ତରଙ୍ଗ.....।।

ନାସିକେଶ୍ୱର, କାକଟପୁର, ପୁରୀ

Post a Comment

1Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

  1. ଶ୍ରାବଣର ମଧୁଶାଳାରେ କବିତାଟି ଖୁବ ମତୁଆଲା କରି ଦେଉଛି ପାଠକକୁ

    ReplyDelete
Post a Comment