ହରିନାମ ଗୁଣ ଗାଉ ଥା - ଘନଶ୍ୟାମ ସାହୁ

0

ମନ ଭ୍ରମରା ରେ
କଇଁଫୁଲେ ଭାବ ରଖିଥା
ଗୁରୁ କଇଁଫୁଲ ନାମ ଭଜି ମନ
ନିତି ଭାଗବତ ପଢୁଥା ॥୦॥

ଏ ଭବ ସାଗରୁ ଯଦି ହେବୁ ପାର
ଭାଗବତ ନାମେ ହୋଇ ଆଗୁସାର
ନିତି ନାମ ଗାନ କରୁ ଥା ରେ ମନ
ଗୁରୁ ପାଦେ ଲୟ ରଖି ଥା ॥୧॥

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ମହେଶ୍ୱର
ସନ୍ଥ ସ୍ୱରୂପରେ ନର ଅବତାର
ଭ୍ରମି ନାନା ସ୍ଥାନ ଦେଲେ ତତ୍ତ୍ଵ ଜ୍ଞାନ 
ତାଙ୍କ ମାର୍ଗ ଅନୁସରି ଥା ॥୨॥

ଭାଗବତ ବାଣୀ ସୁଧା ମନ୍ଦାକିନୀ
ଦିଅ ହରିବୋଲ ହୁଳହୁଳି ଧ୍ଵନି
ଖୋଳ ତାଳ ଗିନି ବଜାଅ ଖଞ୍ଜଣି 
ନାମ ରସ ପାନ କରୁ ଥା ॥୩॥
 
ଶରୀରର ମନ ରଖି ନିରିମଳ
ଭଣେ ଘନଶ୍ୟାମ ଭଜ କଇଁଫୁଲ
ମାୟା ମୋହ ଜାଲ ବନ୍ଧନକୁ ଖୋଲି
ହରିନାମ ଗୁଣ ଗାଉ ଥା ॥୪॥

ଆଠମଲ୍ଲିକ ରୋଡ଼, ବଇଣ୍ଡା, ଅନୁଗୋଳ 
ଦୂରଭାଷ - ୭୯୭୮୦୫୭୬୯୫

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)