ମୁଁ ବଡଲୋକ (ଦ୍ଵିତୀୟ ଭାଗ) - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

ହର୍ମ୍ୟ ଅଟ୍ଟାଳିକା ବାତାୟନ କକ୍ଷ
ସୁବାସ ବିଦେଶୀ ଅତର 
ଗୃହସ୍ଵାମୀଙ୍କର ପୁରା ପ୍ୟାଣ୍ଟ୍ ସାର୍ଟ
ସେ ତାଙ୍କ ଗାଡି ଡ୍ରାଇଭର ।।

ଗୃହଲକ୍ଷ୍ମୀ ହାପ୍ ପ୍ୟାଣ୍ଟ୍ ବାନିଆନ
କୁକୁରର ଚେନ୍ ହାତରେ
ଗାଡି ପଛେ ବସେ କୁକୁର ଆନନ୍ଦେ
ମାଡାମ୍ ବସନ୍ତି ଆଗରେ ।।

ଏମିତି ସୌଖିନ ବିଳାସେ କଟାନ୍ତି
ଯେଉଁ ଲୋକ ତାଙ୍କ ଜୀବନ,
ହୋଇଥିବେ ଅବା ବଡଲୋକି କଥା
ସେକଥା କହିବା ଗହନ ।।

ସମାଜେ ସଂସ୍କୃତି ହଜିତ ଗଲାଣି
ସାମାଜିକ ଚିତ୍ର ମଳିନ
ସମ୍ଭ୍ରମତା ଭୁଲି ଗଲାଣି ସମାଜ
ଅସନ୍ତୁଳିତ ଏ ଜୀବନ ।।

ବିଦ୍ୱାନ ସମାଜେ ବିନୟୀ ସ୍ୱଭାବ
“ଐଶ୍ୱରୀୟ ଶକ୍ତି ସମ୍ପନ୍ନ-
ପଣ” ଛାଡି ବିଦ୍ୟା ଦୁରୂପ ଯୋଗରେ
ଜାତି ହୁଅଇ ହୀନିମାନ ।।

ଆମ ପରମ୍ପରା ଆମର ସଂସ୍କୃତି
ଲୋପ କରିବାର ଚକ୍ରାନ୍ତ
ଚାଲିଛି ନବୁଝି ଆମେ ଆଜି ତାଙ୍କ
ଫାଶେ ପଡି ହେଲୁ ବିଭ୍ରାନ୍ତ ।।

କ୍ଷୀର ମାଂସ ଖାଏ କୁକୁର ଯାହାର
କୁକୁର ପାଇଁକି ଡାକ୍ତର
ବାପ ମାଆ ପଛେ ଉପାସ ଥାଆନ୍ତୁ
ରୋଗରେ ହୁଅନ୍ତୁ ଅସ୍ଥିର ।।

ଏମିତିକା ଆମ ଜାତୀୟ ଚରିତ୍ର
ସବୁତ ଯାଉଛି ବଦଳି
ବଡ ଘର ବଡ ଗୁମର କଥା ଲୋ
ଘୋର କଳିକାଳ ଏପରି ।।

ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ