ବଡ ବଡ ପୁଷି ବିଲେଇ
ପାଚେରୀ ଫାଟକେ ଥିବେ କର୍ମୀ ମାନେ
ସୁରକ୍ଷିତେ ଘର ଜଗାଇ ।।
ଯାହା କୁନି ଶିଶୁ ଆବାସିକ ଆୟା
କୋଳେ ବଢି ବଡ ହୁଅଇ
ବାପା ମାଆ ନିଜ କାମେ ନିମଜ୍ଜିତ
ଦୁଆରେ କୋଲପ ଝୁଲଇ ।।
ରାତି ହେଲେ ଯାଇ ହୋଟେଲରେ ବସି
ଟଳିଟଳି ଘରେ ଫେରନ୍ତି
ବାପା ମାଆ ଯା'ର ବୃଦ୍ଧାଶ୍ରମେ ରହି
ଜୀବନ ବିତାଇ ଥାଆନ୍ତି ।।
ଘରେ ଚାକରାଣୀ ରୋଷେଇଆ ପୁଣି
ବଗିଚାରେ ମାଳି ଖଟଇ
ଗାଡି ମଟରରେ କୁକୁର ବସାଇ
ବିନୋଦନେ ଦିନ ବିତଇ ।।
ସେହିମାନେ ବଡ ଲୋକ ବୋଲି ଆମ
ସମାଜେ ତାଙ୍କର ବଡେଇ
ଏମିତି ଅଗ୍ରଣୀ ସଭ୍ୟ ସମାଜେ’ଯା
କୁକୁର ବାଟରେ ହଗଇ ।।
ଏମିତିକା ବଡ ଲୋକି ପଣେ ଆମ
ସଂସ୍କୃତି ଦେଇଛୁ ହଜାଇ
ବେଳ ରତରତ ମହାକାଳ କଳା
ଧାତ୍ରୀକୁ ଦେଲାଣି ଘୋଡେଇ ।।
ମହାପୁରୁଷଙ୍କ ବାଣୀ ଯା କହଇ
ଫଳବତୀ ବୃକ୍ଷ ସମାନ
ବୁଦ୍ଧ ଜନେ ଜ୍ଞାନୀ, ଗୁଣୀ ଧନୀ ମାନୀ
କରନ୍ତି ନମ୍ର ଆଚରଣ ।।
ଗୁରୁ ଗୁରୁଜନ ମାନ ଆଜି ହୀନ
ଖେଟକ କୁଚକ୍ରୀ କବଳେ
ହଜି ଯାଉଅଛି ସ୍ନେହ, ପ୍ରୀତି,“ପ୍ରେମ
ଧାତ୍ରୀ ଖୋଜେ” ଅତି ଆକୁଳେ ।।
ମଙ୍ଗଳାଯୋଡି, ଖୋର୍ଦ୍ଧା