ସାଧବ ବୋହୂ - ଘନଶ୍ୟାମ ସାହୁ

0

ନାଲି ଗୁଲୁଗୁଲୁ ସାଧବ ବୋହୂ ଲୋ
ଲାଜେଇ ଲାଜେଇ ଯାଉଛୁ କାହିଁ ?
ଅତି ସୁକୋମଳ ଶରୀର ତୋହର 
ଝାଉଁଳି ଯିବ ଲୋ ଖରାକୁ ଚାହିଁ ।
ବରଷକ ଯାକ ଲୁଚି ରହି ଥାଉ
ଦେଖା ମିଳେନାହିଁ ଚାହିଁଲେ ଥରେ
ବରଷା ଋତୁରେ ହଠାତ୍ ଆସି ତୁ
ଉଭା ହେଉ କମନୀୟ ରୂପରେ ।
କବି ଭାବୁକର ପ୍ରାଣେ ଖେଳିଯାଏ
ନବୀନ ପୁଲକ ଦେଖିଲେ ତୋତେ
ମନ ପରଦାରେ ଭାସେ ବାଲ୍ୟ ସ୍ମୃତି 
ପାଇଛି ଆନନ୍ଦ ଖେଳି ତୋ ସାଥେ ।
କୀଟ ନାଶକର ବହୁଳ ପ୍ରୟୋଗ
ସାର ରସାୟନ ଦ୍ରବ୍ୟ ସହିତ
ପ୍ରଭାବିତ ହୋଇ ଲୁପ୍ତ ହେବା ପ୍ରାୟ
ଦୁର୍ଲ୍ଲଭ ପ୍ରାଣୀ ଏ ଜୀବ ଜଗତ ।
ପ୍ରାକୃତିକ ସାର କମ୍ପୋଷ୍ଟ ପିଡ଼ିଆ
ଆଦି ପୂର୍ବ ପରି ବ୍ୟବହାରରେ
ମନଦେଲେ ହେବ ସୁରକ୍ଷା ଏ ମାଟି
ସନ୍ତୁଳନ ରକ୍ଷା ହେବ ମହୀରେ ।

ଆଠମଲ୍ଲିକ ରୋଡ଼,ବଇଣ୍ଡା, ଅନୁଗୋଳ
ଦୂରଭାଷ - ୭୯୭୮୦୫୭୬୯୫

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ