ଜୟ ମୋ ଭାରତ - ଗଗନ ବିହାରୀ ନାୟକ

0

ଦେଶ ସେବା ହେଉ ଆମ ଜୀବନର ବ୍ରତ
ଭାରତ ମାତାର ଆମେ ପ୍ରିୟ ସୂତା ସୂତ
ଜୟ ମୋ ଭାରତ ॥୦॥

କିଏ ଧରି ଅସ୍ତ୍ର ଶସ୍ତ୍ର ଜଗିଛି ସୀମାରେ
କିଏ ଅନ୍ନ ଯୋଗାଉଛି ମାନବ ମୁହଁରେ
କିଏ ଖୋଜିବୁଲେ ନୂଆ କିଏ ଦିଏ ନୂଆ ରାହା
ବିଜ୍ଞାନୀ, ସନ୍ଧନୀ ତା'ର ପୁଏ ଆତ ଜାତ...
ଜୟ ମୋ ଭାରତ ॥୧॥

ଆକାଶରେ ଉଡି କିଏ ଖୋଜେ ଗ୍ରହ ତାରା
ଅକାତ କାତ ପାଣିରୁ କେ ଖୋଜଇ ହୀରା
କିଏ ହୋଇ ଜ୍ଞାନବୀର କିଏ ହୁଏ ଦାନବୀର
ସେବାରେ, ଦେବାରେ କିଏ ହୁଏ ବିଶ୍ଵେ ଖ୍ୟାତ...
ଜୟ ମୋ ଭାରତ ॥୨॥

ନଦ ନଦୀ ତା କୋଳର ଗେହ୍ଲେଇ ତନୟା
ଶିରେ ଶୋଭେ ହିମାଳୟ ରୂପ ତା' ଅନନ୍ୟା
ଲାଲିମାର ରବି ଛବି ଦେଖି ଲେଖି ଯାଏ କବି
ଜ୍ଞାନ ଗାରିମାର ଦେଶ ଜଗତେ ବିଦିତ...
ଜୟ ମୋ ଭାରତ ॥୩॥

ଶାନ୍ତି ମୈତ୍ରୀ ପ୍ରୀତି ଦିଏ ଶୁଭେଚ୍ଛା ବାରତା
ଧର୍ମ ଶ୍ରମ କର୍ମ ଯାର ତ୍ରିରଙ୍ଗା ପତାକା
ଅଶୋକ ବୀର ପ୍ରତୀକ ଚକ୍ର ଯା'ର ସୁଶୋଭିତ
ସମ୍ବିଧାନ ସଂସଦ ମନ୍ଦିରେ ମହାଗ୍ରନ୍ଥ...
ଜୟ ମୋ ଭାରତ ॥୪॥

ସଂହତିର ଡୋରେ ବନ୍ଧା କେତେ ଜାତି ଧର୍ମ
ସୁରକ୍ଷା ସେବା ଆମରି ମାନବୀୟ କର୍ମ
ଗରିବ ଆଖିର ଲୁହ ବୁଝି ହୃଦୟର କୋହ 
ଅତୁଳନୀୟ ମୋ ଦେଶ ଶ୍ରେଷ୍ଠ ଭାରତ...
ଜୟ ମୋ ଭାରତ ॥୫॥

ନୀଳାଦ୍ରି ବିହାର, ଭୁବନେଶ୍ଵର
ଦୂରଭାଷ - ୭୨୦୫୨୯୩୮୫୭

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ