ଏଇ ଭାରତ ବର୍ଷରେ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

ଦିନେ ଏଇ ଜମ୍ଵୁଦ୍ଵୀପ,
କହୁଥିଲା କଥା ଭାରତ ମାତାର
ଉତ୍କଳ ଦେଶ ବୀରତ୍ଵ,
ଗଙ୍ଗାଠାରୁ ଗୋଦାବରୀ ପରିଯନ୍ତ
ବିସ୍ତୃତ ଶାସନ କ୍ଷେତ୍ର  
ଦିନେ ଏଇ ଜମ୍ଵୁଦ୍ଵୀପ ।।

ଏଇ ଭାରତବର୍ଷରେ 
ଶାସନ କରିଲା ଫିରିଙ୍ଗି ଶାସକ
ଏଇ କଳିଙ୍ଗରୁ ଶେଷରେ
ପାଇକ ସୈନିକ ଆତ୍ମବଳି ଦେଖି
ନିର୍ବାକ ହୋଇଲା ଏଠାରେ 
ଏଇ ଭାରତ ବର୍ଷରେ ।।

ନେତାଜୀ ସୁବାଷ ଓଡିଶା ଦେଶର
(ପ୍ରଥମେ) ତ୍ରିରଙ୍ଗା ଉଡାଇ ଥିଲାରେ
ଜୟୀ ରାଜଗୁରୁ, ଚକରା ବିଶୋଇ,
ବାଜି ରାଉତଙ୍କ ରକ୍ତରେ 
ଏଇ ଭାରତ ବର୍ଷରେ ।।

ହୃତ୍ କମ୍ପିତ ହେଲା ଆଜାଦ୍ ହିନ୍ଦ୍’ର 
ସେ ଫଉଜଙ୍କ ଡାକରାରେ
ଥରିଲା ଭାରତେ ଗୋରା ପଲଟଣ
ଓଡିଆଙ୍କ ଅଟ୍ଟହାସ୍ୟରେ
ଏଇ ଭାରତ ବର୍ଷରେ ।।

ଗୋରା ସରକାର ବୁଦ୍ଧି ବଣା ହେଲା
ରାତି ରାତି ଛାଡି ଗଲାରେ
ଉଡିଲା ତ୍ରିରଙ୍ଗା ଜାତୀୟ ନିଶାଣ
ସ୍ଵାଧୀନ ଭାରତ ଦେଶରେ 
ଏଇ ଭାରତ ବର୍ଷରେ ।।

ମୋହନ ଦାସର ଟୋପା ଟୋପା ରକ୍ତ
ଗୋପବନ୍ଧୁ ହାଡ ମାଂସରେ
ସ୍ଵରାଜ୍ୟ ଆସିଲା ଭାରତେ ଉତ୍କଳ
ସବୁଦିନ ଥିଲା ଥିବରେ
ଏଇ ଭାରତ ବର୍ଷରେ ।।

ଏଇ ଭାରତର ମହାନ ସଂସ୍କୃତି
ମହାନ ୟା ପରମ୍ପରା ରେ
କହି ଯାଇଛନ୍ତି ସ୍ଵାଧୀନତା ମନ୍ତ୍ର
ଅହିଂସା ଆମର ଧର୍ମରେ
ଏଇ ଭାରତ ବର୍ଷରେ ।।

ଜମ୍ଵୁଦ୍ଵୀପ ଏହି ଭ୍ରଥ ଖଣ୍ଡ ଏଇ
ଜାଜ୍ଵଲ୍ୟମାନ ତା ବେଶରେ
ଗୁରୁ ପରମ୍ପରା ଗୁରୁର ଦେଶ ୟେ
ବିଦ୍ୟମାନ ଧାତ୍ରୀ କୋଳରେ
ଏଇ ଭାରତ ବର୍ଷରେ ।।

ସୁଜଳା ସୁଫଳା ଶ୍ୟାମ ରଙ୍ଗ ଧାରା
ଭାରତର ପ୍ରତିଛବିରେ
ଗଙ୍ଗା ଗୋଦାବରୀ ହିମାଳୟ ଗିରି
ଠିଆ ହୋଇଅଛି ଗର୍ବରେ
ଏଇ ଭାରତ ବର୍ଷରେ ।।

ଆସ ଉଡାଇବା ତ୍ରିରଙ୍ଗା ପତାକା
ହରଘରେ ପଲ୍ଲୀ,ସହରେ
ସଗର୍ବେ ଗାଇବା ଜାତୀୟ ସଙ୍ଗୀତ
ସର୍ବେ ମିଶି ଏକ ସ୍ଵରରେ
ଏଇ ମୋ ଭାରତ ବର୍ଷରେ ।।

ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ