ଚନ୍ଦ୍ର ଏବେ ବେଶି ପାଖ - ରଞ୍ଜନ କୁମାର ବ୍ରହ୍ମା

0

ବୋଉର କୋଳରୁ ମାମୁଘର ସଦା
ଲାଗୁଥାଏ ବେଶି ପାଖ,
କାଖରୁ ଓହ୍ଲାଇ ହାତ ବଢ଼ାଇଲେ
ଦୂରଲାଗେ ସେଇ ଦେଶ ।।

ବୈଜ୍ଞାନିକ ଜ୍ଞାନ ସତ କରିଦେଲା
ଇସ୍ରୋର ସଫଳ ଦେଖ,
କରୋନା ବେଳରେ ଚିକିତ୍ସା ବିଜ୍ଞାନ
ଟିକା ଫୁଟାଇଛି ହସ ।।

ଆମେ ଭାଗ୍ୟବାନ ବିଜ୍ଞାନ ଯୁଗର
ସନ୍ତାନ ବୋଲାଉ ଆମେ,
ଦିବସ ଆରମ୍ଭୁ ବିଜ୍ଞାନ ସାଥିରେ
ଚାଲୁଛୁ ସମୟ କ୍ରମେ ।।

ଆଜିର ଲୋଡ଼ାରେ ଜ୍ଞାନକୁ ଖଟାଇ
ଆଗକୁ ବଢ଼ଇ ଯିଏ,
ତଥ୍ୟ ପାଖେ ରଖି ପ୍ରକଳ୍ପ କରଇ
କୁନି ବୈଜ୍ଞାନିକ ସିଏ ।।

ଦକ୍ଷିଣ ମେରୁରେ ଚନ୍ଦ୍ରଯାନ ଆଜି
ରଚିଗଲା ଇତିହାସ,
ତ୍ରିରଙ୍ଗା ଉଡିଲା ସେ ଦେଶ ଭୁଇଁରେ
ନିଜର ଲାଗିଲା ଦେଶ ।।

ନିରଳସ ଶ୍ରମ ସଫଳତା ଦିଏ
ମନରେ ରଖ ବିଶ୍ୱାସ,
ବାରମ୍ବାର କର ନ ହେବା କାମକୁ 
ଲଗାଇ ବୁଦ୍ଧି ଶକତ ।।

ରଷ୍ଟ୍ରପାଇଁ କାମ ଯିଏ କରିଥାଏ
ନିଜର କାମ ସାଥିରେ,
ରଷ୍ଟ୍ରପୁରୁଷର ସମ୍ମାନ ଲଭଇ
କରେ ମଥା ନତ ତା' ଠାରେ ।।

ଚିକିଟୀ ଗଡ଼, ଗଞ୍ଜାମ
ଦୂରଭାଷ - ୮୨୪୯୪୮୬୪୫୫

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)