ତା ସେବାରେ ଝରି ଯିବି
ଯେଉଁଠି ଥିଲେବି ଜନମ ଭୂମିର
ଜୟଗୀତି ଗାଉଥିବି ॥୦॥
ପ୍ରାଣ ଠାରୁ ପ୍ରିୟ ଜନମ ଭୂମିକୁ
କେବେ ଭୁଲିବି ନାହିଁ
ତା'ର ପୁଜା ଲାଗି ଫୁଟୁ ଥିବି ନିତି
ମୁଁ ଯେ ଫୁଲଟିଏ ହେଇ
ବହୁ ପୁଣ୍ୟ ବଳେ ଧନ୍ୟ ହେଇଛି
ତା କୋଳେ ଜନମ ଲଭି ॥୧॥
ତା ଧୁଳି କରିଛି ମଥାର ତିଳକ
ମାଟି ନୁହଁ ସେତ ମାଆ
ମରଣ ଆସିଲେ ଡରିବିନି କେବେ
ରଖିବି ମୁଁ ତା'ର ନାଆଁ
ଭାରତମାତାର ସନ୍ତାନ ମୁଁ ଯେ
ଗରବରେ କହୁଥିବି ॥୨॥
ହଳଦୀପଦା, କଲ୍ୟାଣପୁର, ଖୋର୍ଦ୍ଧା